ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ଅିଭଯୋଗ, ଏଫ୍‌ଆଇଆର୍‌ ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ

Advertisment
ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାକ୍ଷୟଙ୍କ ବିରୋଧରେ ଦୁଷ୍କର୍ମ ଅିଭଯୋଗ, ଏଫ୍‌ଆଇଆର୍‌ ଲାଗି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ସୁପରିଚିତ ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁତ୍ର ମହାକ୍ଷୟଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସୋମବାର ଦିଲ୍ଲୀ କୋର୍ଟ ଆଦେଶ ଦେଇଛନ୍ତି। ଏହି ବଲିଉଡ୍‌ ଅଭିନେତାଙ୍କ ପୁତ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ରହିଛି। ଜଣେ ଯୁବତୀଙ୍କ ସହ ଛଳନା କରି ତାଙ୍କ ସହ ସଂପର୍କ ରଖିବା ପରେ ଯୁବତୀଙ୍କ ସହମତି ବିନା ସେ ତାଙ୍କର ଗର୍ଭପାତ କରାଇଥିବା ଆରୋପ ଲାଗିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମହାକ୍ଷୟଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀର ରୋହିଣୀ କୋର୍ଟ ଦିର୍ଦ୍ଦେଶ ଦେଇଛନ୍ତି।

publive-image

ସୂଚନାରୁ ଜାଣିବାକୁ ମିଳିଛି ଯେ କେତେକ ହିନ୍ଦୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିବା ଜଣେ ଅଭିନେତ୍ରୀ କୋର୍ଟଙ୍କ ପୂର୍ବରୁ ମହାକ୍ଷୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ ମହାକ୍ଷୟ ତାଙ୍କ ସହ ପ୍ରତାରଣା କରିଛନ୍ତି। ତାଙ୍କୁ ଭବିଷ୍ୟତରେ ବିବାହ କରିବେ ବୋଲି ଛଳନାପୂର୍ଣ୍ଣ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ। ମାତ୍ର ପରବର୍ତ୍ତୀ ମୂହୁର୍ତ୍ତରେ ସେ ନିଜ କଥାରୁ ଓହରି ଯାଇ ତାଙ୍କ ସହ ପ୍ରତାରଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe