ଭୁବନେଶ୍ୱର: ସମସ୍ତ କଟକଣା ସତ୍ତ୍ୱେ ସୋସିଆଲ୍ ମିଡିଆରେ ଯୁବତୀଙ୍କ ନଗ୍ନ ଫଟୋ ଓ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ୍ ହେବା ବନ୍ଦ ହେଉନି। ଏହା ପୁଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଏବେ ପୁଣି ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏ ନେଇ ପୁଲିସ ସାଲିଆ ସାହି ସ୍ୱାଧୀନ ବସ୍ତିର ସରୋଜ ଦାସ(୨୩)କୁ ଗିରଫ କରିଛି। ଭାଇରାଲ୍ ହୋଇଥିବା ଅଶ୍ଳୀଳ ଫଟୋଟି ନୂଆପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କର ବୋଲି କୁହାଯାଉଛି।
Representational Pictureସୂଚନା ଅନୁଯାୟୀ ଏକ ମଲ୍ରେ ସରୋଜର ଯୁବତୀଙ୍କ ସହ ଭେଟ ହୋଇଥିଲା। ଆଉ ପ୍ରଥମ ଦେଖାରେ ସରୋଜ ଯୁବତୀଙ୍କୁ ଭଲପାଇ ବସିଥିଲା। ଯୁବତୀଙ୍କ ଘର ସ୍ଥାନୀୟ ଅଞ୍ଚଳରେ ଜାଣିବା ପରେ ସରୋଜ ବିଭିନ୍ନ ସମୟରେ ତାଙ୍କ ଘର ନିକଟରେ ଚକ୍କର୍ କାଟିଥିଲା। ଆଉ ଶେଷରେ ଯୁବତୀଙ୍କୁ ନିଜ ପାଲରେ ପକାଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଏହାର ସୁଯୋଗ ନେଇ ସାରୋଜ ଯୁବତୀଙ୍କ ଅଜ୍ଞାତରେ ତାଙ୍କର ଅଶ୍ଳୀଳ ଫଟୋ ଉଠାଇଥିଲା। କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ପରସ୍ପରଠାରୁ ଦୂରେଇ ଯାଇଥିଲେ। ପରେ ସରୋଜ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଏହା ଜାଣିବା ପରେ ଯୁବତୀ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ସରୋଜ ଘରେ ଥିବା ଜାଣିବା ପରେ ପୁଲିସ ତାକୁ ଗିରଫ କରିବା ସହିତ ମୋବାଇଲ୍ ଜବତ କରିଥିଲା ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
Follow Us