ଯୁବତୀଙ୍କ ମୋବାଇଲ୍‌କୁ ଅଶ୍ଳୀଳ ଫଟୋ ପଠାଇ ଯୁବକ ଗିରଫ

ଜାଗମରା ଗୋଷ୍ଠୀ ସଂଘର୍ଷ, ୬ ଗିରଫ

ଚନ୍ଦ୍ରଶେଖରପୁର: ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଓ ତାଙ୍କ ମୋବାଇଲ୍‌କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣଙ୍କ ଏକ ଇଂରାଜୀ ଖବରକାଗଜ ସଂସ୍ଥାରେ ଫିଚର ସଂପାଦକ ଭାବେ କାର୍ଯ୍ୟକରୁଥିବା ବେଳେ ସେହି ସଂସ୍ଥାର ଜଣେ ଯୁବତୀଙ୍କୁ ସେ ଅସଦାଚରଣ କରିଥିଲେ। ତାଙ୍କ ନାମ ନିର୍ମାଲ୍ୟ ଦେବ୍‌। ଯୁବତୀଜଣଙ୍କ ତାଙ୍କୁ ଏନେଇ ତାଗିଦ୍‌ କରିବାରୁ ସେ ରାଗିଯାଇ ବିଭିନ୍ନ ଅଶ୍ଳୀଳ ଫଟୋ ଓ ଭିଡିଓ ତାଙ୍କ ମୋବାଇଲ୍‌କୁ ପଠାଇଥିଲେ। ଏନେଇ ଯୁବତୀ ଜଣଙ୍କ ସଂସ୍ଥାର ମୁଖ୍ୟଙ୍କୁ ସୂଚନା ଦେବାସହ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୁକ୍ତ ନିର୍ମାଲ୍ୟକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସଂସ୍ଥାପକ୍ଷରୁ ତାଙ୍କୁ ଚାକିରିକୁ ବହିଷ୍କାର କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe