ଖଣ୍ଡଗିରି : ବୁଧବାର ପୁଲିସ ସ୍ଥାନୀୟ ଯଦୁପୁର ଅଞ୍ଚଳର ମୀର୍ ଆସିକ୍ ଖାଁ ଓରଫ୍ ମିଟୁ(୨୨) ନାମକ ଏକ କୁଖ୍ୟାତ୍ ମୋବାଇଲ୍ ଚୋରକୁ କୋର୍ଟ ଚାଲାଣ କରିଛି। ତାଠାରୁ ୨ଟି ମୋବାଇଲ୍ ଜବତ କରାଯାଇଛି। ମିଟୁ ଭୋର୍ ସମୟରେ ଶିରିପୁର ଅଞ୍ଚଳର ତପନ କୁମାର ଶତପଥୀଙ୍କ ଘରେ ପଶି ଦୁଇଟି ଦାମୀ ମୋବାଇଲ୍ ନେଇ ପଳାଉଥିଲା। ଶତପଥୀଙ୍କ ପରିବାର ଲୋକେ ଏହା ଦେଖି ପାଟି କରିବା ପରେ ଲୋକେ ମିଟୁକୁ ଧରି ପୁଲିସ ଜିମା ଦେଇଥିଲେ।
କୁଖ୍ୟାତ୍ ମୋବାଇଲ୍ ଲୁଟେରା ଗିରଫ
Advertisment
Follow Us