ଫୋନ୍‌ ଲୁଟି ଫେରାର ହେଉଥିବା ବେଳେ ମୁଣ୍ଡ ଉପରେ ଚଢ଼ିଗଲା ବାଇକ

Advertisment
ଫୋନ୍‌ ଲୁଟି ଫେରାର ହେଉଥିବା ବେଳେ ମୁଣ୍ଡ ଉପରେ ଚଢ଼ିଗଲା ବାଇକ

ନୂଆଦିଲ୍ଲୀ: ଦିଲ୍ଲୀରେ ଓଖଲା ଅଞ୍ଚଳରେ ବାଇକ୍‌ରେ ଯାଉଥିବା ଲୁଟେରାଙ୍କୁ ଜଣେ ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡ଼ାଇବା ମହଙ୍ଗା ପଡ଼ିଛି। ମୋବାଲ ଲୁଟି ଦୁଇଜଣ ଲୁଟେରା ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ଜଣେ ଲୁଟେରା ଗାଡ଼ିରୁ ଖସି ପଡ଼ିଥିଲା। ଫଳରେ ପଛପଟୁ ଆସୁଥିବା ବାଇକ୍‌ ଧକ୍କାରେ ଉକ୍ତ ଲୁଟେରାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

publive-image

ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳଙ୍କ କହିବାନୁସାରେ, ଶୁକ୍ରବାର ସକାଳ ସାଢ଼େ ୮ଟା ସମୟରେ ପୁଲିସକୁ ଏକ ପିସିଆର କଲ ମିଳିଥିଲା। ଓଖଲା ଅଞ୍ଚଳସ୍ଥିତ ଲାଲ ଚୌକ ପାଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସୁମିତ ଯାଦବକୁ ଭେଟିଥିଲା।

ସୁମିତ ଯାବଦ ଜଣେ ସ୍କୁଲ ଛାତ୍ର। ସେ ପୁଲିସକୁ କହିଥିଲା କି, ଆଜି ସକାଳେ ଲାଲ ଚୌକ ଦେଇ ଯାଉଥିଲା ବେଳେ ଦୁଇଜଣ ଯୁବକ ବାଇକ୍‌ରେ ବସି ଆସିଥିଲେ ଓ ମୋ’ଠାରୁ ମୋବାଇଲ ଫୋନ୍‌ ଲୁଟି ନେଇ ଯାଇଥିଲେ। ବାଇକ୍‌ ପଛରେ ବସିଥିବା ଯୁବକଟି ମୋ’ଠାରୁ ଫୋନ୍‌ ଲୁଟି ଯାଉଥିବା ସମୟରେ ହଠାତ୍‌ ସେ ବାଇକ୍‌ରୁ ଖସି ପଡ଼ିଥିଲା। ଫଳରେ ପଛପଟୁ ଆସୁଥିବା ଅନ୍ୟ ଏକ ବାଇକ୍‌ ଚାପରେ ଉକ୍ତ ଲୁଟେରାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ଯେଉଁ ଲୁଟେରାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ତାହାର ନାମ ସନ୍ଦୀପ ଓ ବୟସ ୨୧ବର୍ଷ ଥିବା ବୋଲି ଜଣାପଡ଼ିଛି। ସେ ଗୋବିନ୍ଦପୁରୀରେ ବସବାସ କରେ। ତା’ପାଖରୁ ଲୁଟିଥିବା ଫୋନ୍‌ ମଧ୍ୟ ପୁଲିସ ଜବତ କରିଛି। ଅନ୍ୟ ଜଣେ ଲୁଟେରାକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe