ଜେଲରୁ ଆରୟନ ବାହାରିବା ସମୟରେ ଲାଗିଥିବା ଗହଳିରେ ଲୋକଙ୍କ ୧୦ଟି ମୋବା‌ଇଲ ଚୋରି

Advertisment
ଜେଲରୁ ଆରୟନ ବାହାରିବା ସମୟରେ ଲାଗିଥିବା ଗହଳିରେ ଲୋକଙ୍କ ୧୦ଟି ମୋବା‌ଇଲ ଚୋରି

ନୂଆଦିଲ୍ଲୀ: ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆର୍‌ୟନ୍‌ଙ୍କୁ ମୁକ୍ତ କରାଯାଇଥିଲା। ଆର୍ଥର୍‌ ରୋଡ୍‌ ଜେଲ୍‌ କର୍ମଚାରୀମାନେ ‘ବେଲ୍‌ ବକ୍ସ୍‍’ରୁ ଜାମିନ କାଗଜପତ୍ର ନେଇ ଆର୍‌ୟନ୍‌ଙ୍କୁ ମୁକୁଳାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଗତଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍‌ୟନ୍‌ଙ୍କୁ ଜାମିନ ମଞ୍ଜୁର କରିଥିଲେ।

publive-image

ଆର୍‌ୟନ୍‌ଙ୍କୁ ମୁକ୍ତ କରାଯିବା ପୂର୍ବରୁ ମୁମ୍ବାଇ ପୁଲିସ ଆର୍ଥର୍‌ ରୋଡ୍‌ ଜେଲ୍‌ ବାହାରେ ବ୍ୟାରିକେଡ୍‌ ବସାଇଥିଲା। ଆର୍ଥର୍‌ ରୋଡ୍‌ ଜେଲ୍‌କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ଲାଗି ରହିଥିଲା। ଆର୍‌ୟନ୍‌ଙ୍କୁ ଟିକେ ଦେଖିବା ପାଇଁ ଆର୍ଥର୍‌ ରୋଡ୍‌ କେନ୍ଦ୍ରୀୟ କାରାଗାର ବାହାରେ ଜନଗହଳି ଲାଗି ରହିଥିଲା। ଏହି ଗହଳି ସମୟରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନଘଟେ ସେଥିପାଇଁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିଥିଲା।

ଏହା ସତ୍ତ୍ବେ ବି ଚୋର କିନ୍ତୁ ଗହଳିର ସୁଯୋଗ ନେଇ ପୁଲିସ ଆଖିରେ ଧୂଳି ଦେଇ ‌ପକେଟ ମାର କରିବା ସହିତ ଲୋକଙ୍କ ମୋବାଇଲ ଚୋରି କରିଥିଲା। ଏହି ଗହଳି ସମୟରେ ଲୋକଙ୍କ ପକେଟରୁ ୧୦ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe