ଫ୍ରିଜ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗର୍ଭବତୀ ମଡେଲଙ୍କ ମୃତଦେହ ଜବତ

ଫ୍ରିଜ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗର୍ଭବତୀ ମଡେଲଙ୍କ ମୃତଦେହ ଜବତ

ନୂଆଦିଲ୍ଲୀ: ଆମେରିକାର ଜଣେ ମଡେଲଙ୍କ ମୃତଦେହ ଫ୍ରିଜ ଭିତରୁ ଜବତ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ମୃତମ‌ଡେଲଙ୍କ ନାମ ମେଲିସା ସୁନି ଓ ବୟସ ୩୧ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଡେଲ ମେଲିସାଙ୍କ ମୃତଦେହ ସେପ୍ଟେମ୍ବର ୧୨ ତାରିଖରେ ଫ୍ରିଜରୁ ପୁଲିସ ଜବତ କରିଥିଲା। ଜବତ ହେବା ସମୟରେ ମଡେଲଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିବା ବେଳେ ସେ ୨ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା।

କେବଳ ଏତିକି ନୁହେଁ ତାଙ୍କ ଚେହେରା, ପିଠି, ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଶରୀର‌ରେ ଅଲକୋହଲ ଥିବା ବି ଜଣାପଡ଼ିଥିଲା। ତେବେ ମଡେଲଙ୍କ ମୃତ୍ୟୁର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। କିନ୍ତୁ ଏହା ସ୍ପଷ୍ଟ ଯେ ମୃତ୍ୟୁ ପୂର୍ବରୁ ତାଙ୍କୁ କେହିଜଣେ ଶକ୍ତ ଭାବେ ଆଘାତ ଦେବା ସହିତ ମାଡ଼ ବି ମାରିଥିଲେ।

ଏହି ଘଟଣାକୁ ନେଇ ମଡେଲ ମେଲିସାଙ୍କ ଭଉଣୀ କହିଛନ୍ତି, ‘ମୃତ୍ୟୁ ସମୟରେ ମୋ ଭଉଣୀ ଦୁଇମାସର ଅନ୍ତସତ୍ତ୍ବା ଥିଲା। ତା’ ସହିତ ଏମିତି କ’ଣ ହୋଇଗଲା ଆମେ କିଛି ବୁଝି ପାରିଲୁ ନାହିଁ। ମୋ ଭଉଣୀର ଯେଭଳି ଭାବେ ମୃତଦେହ ଜବତ ହୋଇଛି ସେଦୃଶ୍ୟ ଦେଖି ଛାତି ଧରି ଯାଉଛି। କେତେ କଷ୍ଟରେ ମୋ ଭଉଣୀର ଜୀବନ ଯେ ଯାଇଥିବ ତାହା ଚିନ୍ତା କରି ହେଉନାହିଁ। ସେ ଯାହାବି ହେଉ ମୋ ଭଉଣୀକୁ ହତ୍ୟା କରାଯାଇଛି ବୋଲି ମୁଁ ଦାବିର ସହ କହିବି। ତେଣୁ ପୁଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରି ଦୋଷୀକୁ ଧରି ଉଚିତ ଦଣ୍ଡ ଦେଉ। ଆଉ ମୋ ଭଉଣୀକୁ ନ୍ୟାୟ ମିଳୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe