ଅସଦାଚରଣର ଶିକାର ହେବାପରେ ଟ୍ରେନ୍‌ରୁ ଡେଇଁ ଛାତ୍ରୀ ଗୁରୁତର

Advertisment
ଅସଦାଚରଣର ଶିକାର ହେବାପରେ ଟ୍ରେନ୍‌ରୁ ଡେଇଁ ଛାତ୍ରୀ ଗୁରୁତର

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ ଭିତରେ ଜଣେ ଛାତ୍ରୀ ଅସଦାଚରଣର ଶିକାର ହେବା ପରେ ଟ୍ରେନ୍‌ରୁ ଡେଇଁପଡ଼ି ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ସିଏସଏମଟି ଷ୍ଟେସନ୍‌ରୁ ଟ୍ରେନ୍‌ କରି ରୋଡ ଯାଉଥିବା ସମୟରେ ଘଟିଛି।

ସୂଚନାଯୋଗ୍ୟ, ରବିବାର ସକାଳ ୯.୨୯ ପାଖାପାଖି ସମୟରେ ଜଣେ ଛାତ୍ରୀ ଏକ ଲୋକାଲ ଟ୍ରେନ୍‌ରେ ଟ୍ୟୁସନ୍‌ ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଛାତ୍ରୀଙ୍କ ସହିତ ବି ସେହି ବଗିରେ ଚଢ଼ଥିଲା। ତେବେ କିଛିବାଟ ଗଲା ପରେ ବ୍ୟକ୍ତି ଜଣକ ଉକ୍ତ ଛାତ୍ରୀଙ୍କୁ ଅସଦାଚଣ କରିଥିଲେ। ଭୟରେ ଛାତ୍ରୀ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଫଳରେ ଛାତ୍ରୀଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

publive-image

ପୀଡିତାଙ୍କ କହନ୍ତି, ମୋତେ କ୍ଲାସ ଯିବାକୁ ବହୁତ ଡେରି ହେଉଥିଲା, ସେଥିପାଇଁ ମୁଁ ସେକେଣ୍ଡ କ୍ଲାସ ଲେଡିଜ ବଗିରେ ଚଢ଼ି ଯାଇଥିଲି। ଏହିସମୟରେ ବଗି ଭିତରେ ଅନେକ ମହିଳା ଯାତ୍ରୀ ବି ଥିଲେ। ଟ୍ରେନ୍‌ ଛାଡ଼ିବା ସମୟରେ ଆକସ୍ମିକ ଭାବେ ଜଣେ ଯୁବକ ସେହି ବଗିକୁ ଚଢ଼ି ଆସିଥିଲା। ତାଙ୍କର ହାବଭାବ ଦେଖି ମୋତେ ଭଲ ଲାଗି ନଥିଲା। ସେଥିପାଇଁ ମୁଁ ଟ୍ରେନ୍‌ର ଚେନ୍‌ ଟାଣିଥିଲି, ହେଲେ ଟ୍ରେନ୍‌ ଅଟକି ନଥିଲା। ଉକ୍ତ ଯୁବକ ମୋତେ ବିଚଳିତ ନହୋଇ ଶାନ୍ତ ରହିବାକୁ କହିଥିଲେ,ଏହାପରେ ମୁଁ ଆହୁରି ଡରି ଯାଇଥିଲି। ପରେ ଯୁବକ ଜଣକ ପାଖକୁ ଆସି ଧମକାଇବା ସହିତ ମୋ’ ସହିତ ଅସଦାଚଣ କରିବାରେ ଲାଗିଥିଲା। ମୁଁ ବହୁ କଷ୍ଟରେ ତା’ର କବଳରୁ ମୁକୁଳି ଟ୍ରେନ୍‌ ଦ୍ୱାର ପାଖକୁ ଆସି ଛିଡ଼ା ହୋଇଥିଲି। ଟ୍ରେନ୍‌ର ଗତି କମିଛି କି ନାହିଁ ମୁଁ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲି। ଘଟଣାସ୍ଥଳରେ ଥିବା ଗଙ୍ଗମେନ ମୋତେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ଲାଟଫର୍ମ ନମ୍ବର ୮କୁ ଆଣିଥିଲେ। ଏହାପରେ ଘଟଣା ସମ୍ପର୍କରେ ମୋର ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ସୂଚନା ଦିଆଯାଇଥିଲା। ଚିକିତ୍ସା ପାଇଁ ମୋତେ ସେଣ୍ଟ ଜର୍ଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ଜିଆରପି ଅଧିକାରୀଙ୍କ ପକ୍ଷରୁ ପ୍ରକାଶ, ପୀଡିତାଙ୍କ ମୁହଁଙ୍କ ଉକ୍ତ ଯୁବକଙ୍କ ବିଷୟରେ ଶୁଣିବା ପରେ ଅଭିଯୁକ୍ତଙ୍କର ଏକ ସ୍କେଚ ପ୍ରସ୍ତୁତ କରାଯାଇଛି। ଏଥିସହିତ ସିଏସଏମଟି ଓ ମସଜିଦର ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି।

ସୌଜନ୍ୟ: ଓ୍ଵାନ୍‌ ଇଣ୍ଡିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe