ପତ୍ନୀ ସହ ଅସଦାଚରଣ କରିଥିବା ଅଭିଯୁକ୍ତର ମୁଣ୍ଡ କାଟିଲା ସ୍ବାମୀ

Advertisment
ପତ୍ନୀ ସହ ଅସଦାଚରଣ କରିଥିବା ଅଭିଯୁକ୍ତର ମୁଣ୍ଡ କାଟିଲା ସ୍ବାମୀ

aajtak

ଦେବରିୟା(ଉତ୍ତରପ୍ରଦେଶ): ପତ୍ନୀ ସହ ଅସଦାଚରଣ କରିଥିବା ଯୁବକର ମୁଣ୍ଡ କାଟିଲା ସ୍ବାମୀ। ୨ଜଣ ବନ୍ଧୁଙ୍କ ସହ ମିଶି ଅଭିଯୁକ୍ତ ସ୍ବାମୀ ଯୁବକର ମୁଣ୍ଡ କାଟ କରିବା ସହ ଘଟଣାସ୍ଥଳରୁ ୪କିଲୋମିଟର ଦୂରରେ କଟା ମୁଣ୍ଡକୁ ଫିଙ୍ଗି ଦେଇଥିଲା। ଘଟଣାଟି ଉତ୍ତରପ୍ରଦେଶର ଦେବରିୟାରେ ଘଟିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ପରେ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସ୍ବାମୀର ନ‌ାଁ ନିକୋଲସ ବୋଲି ଜଣା ପଡ଼ିଛି।

पत्नी से छेड़खानी पर पति ने फावड़े से काट दिया सिर aajtak

ପୁଲିସର କହିବା ମୁତାବକ, ନିକୋସର ପତ୍ନୀ ସହ ଅସଦାଚରଣ କରିଥିଲା ମୃତକ। ଏ ବିଷୟରେ ଜାଣିବା ପରେ ନିକୋଲସ ନିଜର ଦୁଇ ସାଥୀଙ୍କ ସହ ମିଶି ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ କରିଥିଲ‌ା। ପରେ ଯୁବକର ମୁଣ୍ଡ ଶରୀରରୁ ଅଲଗା କରି ଘଟଣାସ୍ଥଳରୁ ୪କିଲୋମିଟର ଦୂରରେ ଫିଙ୍ଗିଦେଇଥିଲେ। ସମସ୍ତ ଅଭିଯୁକ୍ତ ରାଞ୍ଚିର ବାସିନ୍ଦା ହୋଇଥିବା ବେଳେ ଘଟଣାସ୍ଥଳରୁ ପୁଲିସ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଜିନିଷକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe