ଲୋମ ଟାଙ୍କୁରା ଘଟଣା: ମା’ ଶିଶୁର ଆଖି ଫୁଟାଇ ଦେବା ସହିତ ଜିଭ କାଟି ଦେଇଥିଲା !

Advertisment
ଲୋମ ଟାଙ୍କୁରା ଘଟଣା: ମା’ ଶିଶୁର ଆଖି ଫୁଟାଇ ଦେବା ସହିତ ଜିଭ କାଟି ଦେଇଥିଲା !

ନୂଆଦିଲ୍ଲୀ: ବ୍ରାଜିଲର ଜଣେ ମହିଳା ତାଙ୍କର ୫ବର୍ଷର ଝିଅକୁ ହତ୍ୟା କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଉକ୍ତ ମହଳା ଜଣକ ନିଜ ଝିଅର ଆଖି ଫୁଟାଇ ଦେବା ସହିତ ଜିଭ କାଟି ଦେଇଥିବା ନେଇ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ଜୋସିମାରେ ଗୋମେସ ଦା ସିଲଭାଙ୍କ ବୟସ ୩୦ବର୍ଷ। ନାତୁଣୀଙ୍କୁ ହତ୍ୟା କରିଥିବା ନେଇ ମହିଳାଙ୍କ ଶ୍ବଶୁର ପୁଲିସରେ ଅଭିଯୋଗ କରିବା ପରେ ତାଙ୍କୁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଛି।

ମୃତ ଶିଶୁର ଜେଜେବାପାଙ୍କ କହିବାନୁସାରେ, ବୋହୂ ଜୋସିମାରେ ଗୋମେସ ଦା ସିଲଭା ନାତୁଣୀ ସହିତ ନିଜକୁ ବାଥରୁମରେ ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ବାଥରୁମ ଦ୍ବାର ପାଖରୁ ରକ୍ତ ବୋହିଥିବା ଦେଖିବାକୁ ମିଳିଥିଲା।

publive-image

ଜୋରଜବରଦସ୍ତ କବାଟ ଖୋଲି ଦେଖିଲା ବେଳକୁ ନାତୁଣୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ମା’  ସେଠାରେ ବସି ପ୍ରାର୍ଥନା କରୁଥିଲେ।

ଏ ଘଟଣା ସମ୍ପର୍କରେ ମୃତ ଶିଶୁର ଜେଜେବାପା ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମା’ଙ୍କୁ ଧରି ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିଥିଲା। ଏହି ସମୟରେ ଝିଅ ସହିତ ସେ ଏପରି କିଛି କରି ନଥିବା କହିଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଜୋସିମାରେ ଗୋମେସ ଦା ସିଲଭାଙ୍କର କିଛିଦିନ ହେବ ମାନସିକ ଅବସ୍ଥା ଠିକ ନଥିଲା। ସେ ଅନେକ ସମୟରେ ଚିନ୍ତାରେ ରହୁଥିଲେ। ଏହି କାରଣରୁ ସେ ଏପରି ଏକ ଲୋମଟାଙ୍କୁରା ଘଟଣା ଘଟାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe