ଦୁଷ୍କର୍ମକାରୀ କବଳରୁ ଶିଶୁକୁ ଉଦ୍ଧାର କଲା ମାଙ୍କଡ଼

Advertisment

ଉତ୍ତରପ୍ରଦେଶର ଜଣେ ଯୁବକ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମାଙ୍କଡ଼ଦଳ ଆସି ଉଦ୍ଧାର କରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚର୍ଚ୍ଚାର ପରିସରରେ ରହିଛି ଘଟଣା।

ଉତ୍ତରପ୍ରଦେଶର ଜଣେ ଯୁବକ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମାଙ୍କଡ଼ଦଳ ଆସି ଉଦ୍ଧାର କରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚର୍ଚ୍ଚାର ପରିସରରେ ରହିଛି ଘଟଣା।

୭୮୯

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ଯୁବକ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମାଙ୍କଡ଼ଦଳ ଆସି ଉଦ୍ଧାର କରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଚର୍ଚ୍ଚାର ପରିସରରେ ରହିଛି। ପ୍ରଭୁ ହନୁମାନ ମାଙ୍କଡ଼ ବେଶରେ ଆସି ଶିଶୁକୁ ଦୁଷ୍କର୍ମକାରୀ କବଳରୁ ଉଦ୍ଧାର କରିଥିବା ଗ୍ରାମବାସୀ କହୁଛନ୍ତି।

ପୁଲିସ ସୂଚନାନୁସାରେ, ୬ ବର୍ଷର ବାଳିକା ଗାଁର ଏକ ଘରୋଇ ବିଦ୍ୟାଳୟର ୟୁକେଜିର ଛାତ୍ରୀ। ସେ ଗତଗୁରୁବାର ଦିନ ସ୍କୁଲରୁ ଫେରି ସନ୍ଧ୍ୟାରେ ଘର ବାହାରେ ଖେଳୁଥିଲା। ଏହି ସମୟରେ ଗ୍ରାମ ନିକଟରେ ରହୁଥିବା ଜଣେ ଯୁବକ ଆସି ଶିଶୁକୁ ବୁଲାଇବାର ବାହାନା କରି ଗାଁ ଠାରୁ କିଛିଦୂରକୁ ନେଇ ଯାଇଥିଲେ।  ଏହି ଦୃଶ୍ୟ ଗ୍ରାମ ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଯାଇଥିଲା। 

ଗାଁ ଠାରୁ କିଛିଦୂରରେ ଟାୱର ଲଗାଇବା ପାଇଁ ଏକ ପାଚେରୀ ତିଆରି ହୋଇଥିଲା। ଉକ୍ତ ପାଚେରୀ ଭିତରକୁ ନେଇ ଯୁବକ ଜଣକ ଶିଶୁର ପୋଷାକ ଫାଡ଼ି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।।  ଏହି ସମୟରେ ଏକ ମାଙ୍କଡ଼ଦଳ ଟାୱର ଉପରେ ଆସି ବସି ଯାଇଥିଲା। ଆଉ ପରସ୍ପର ମଧ୍ୟରେ ଝଗଡ଼ା ଲାଗି ଡିଆଁ ମାରିଥିଲେ। ଏହାରି ଭିତରୁ ଏକ ମାଙ୍କଡ଼ ଯୁବକ ଆଡକୁ ଖେଦି ଆସିଥିଲା। ଯାହାକୁ ଦେଖି ଯୁବକ ଜଣକ ଭୟଭୀତ ହୋଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଶିଶୁଜଣ ଉକ୍ତ ସ୍ଥାନରୁ କାନ୍ଦିକାନ୍ଦି ଗ୍ରାମ ଅଭିମୁଖେ ଆସୁଥିବା ଗ୍ରାମବାସୀ ଦେଖି ଶିଶୁ ବାପା ଓ ମା’ଙ୍କୁ ଖବର ଦେଇଥିଲେ।

ଖବର ପାଇ ଶିଶୁର ବାପା ଓ ମା’ ଝିଅକୁ ଧରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ଶିଶୁକୁ ୬ବର୍ଷ ହୋଇଥିବାରୁ ସେ ଯୁବକଙ୍କୁ ଚିହ୍ନି ପାରିଥିଲା।  ଏହାପରେ ପୁଲିସ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଗ୍ରାମ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଅଭିଯୁକ୍ତର ପରିଚୟ ଜାଣି ଯାଞ୍ଚ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe