ଥାନାରେ ଜମା କରିଥିବା ବନ୍ଧୁକ ନେବାକୁ ଆସିଥିଲେ ଯୁବକ, ଏହି ସମୟରେ ହଠାତ ଗୁଳି ଫୁଟିଯିବାରୁ ରାସ୍ତାରେ ଯାଉଥିବା ଯୁବକଙ୍କ ହେଲା ମୃତ୍ୟୁ

Advertisment
ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଗୁଳିମାଡ଼ରେ ପଡ଼ୋଶୀ ଆହତ

MT2.com

ମୁରୈନା : ମଧ୍ୟପ୍ରଦେଶର ମୁରୈନାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଥାନା ଭିତରୁ ବାହାରିଥିବା ଗୁଳି ଯାଇ ରାସ୍ତାରେ ଯାଉଥିବା ଯୁବକଙ୍କ ଦେହରେ ବାଜିବା ପରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । । ପ୍ରଥମେ ଗୁଳି କେଉଁଠୁ ଆସିଲା ବୋଲି କେହି ଜାଣି ପାରି ନଥିବା ବେଳେ ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

publive-image aajtak.intoday.in

ସୂଚନା ମୁତାବକ, ଜଣେ ଯୁବକ ଲୋକସଭା ନିର୍ବାଚନ ପୂର୍ବରୁ ନିଜର ଦୁଇଟି ବନ୍ଧୁକ ପୁଲିସ ପାଖରେ ଜମା କରାଇଥିଲେ । ନିର୍ବାଚନ ପରେ ସେ ନିଜର ବନ୍ଧୁକ ଆଣିବା ପାଇଁ କିଶୋର ଶର୍ମା ନାମକ ଜଣେ ଯୁବକଙ୍କ ସହ ଆସିଥିଲେ । ଗୋଟେ ବନ୍ଧୁକ ମିଳିବା ପରେ ଯୁବକଜଣଙ୍କ କିଶୋରଙ୍କୁ ବନ୍ଧୁକ ଧରିବା ପାଇଁ ଦେଇଥିଲେ । କିନ୍ତୁ ଅଜାଣତରେ କିଶୋର ଧରିଥିବା ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା । ଯାହା ରାସ୍ତାରେ ଯାଉଥିବା ଯୁବକଙ୍କ ଦେହରେ ବାଜିଥିଲା । ଗୁଳି ବାଜିବାର ତୁରନ୍ତ ପରେ ଆହତକୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଯୁବକଜଣଙ୍କ ମୃତ୍ୟୁବରଣ କରିଥିଲେ । ଏ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ କିଶୋରକୁ ଅଟକ ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe