ପୁଲିସ ଓ ସ୍ଥାନୀୟଲୋକଙ୍କ ଠାରୁ ବଞ୍ଚିବା ପାଇଁ ବିଦ୍ୟୁତ୍ ଟାୱାରରେ ଚଢ଼ିଗଲା ଦୁଷ୍କର୍ମକାରୀ

ଜଣେ ଦୁଷ୍କର୍ମକାରୀ ସ୍ଥାନୀୟଲୋକ ଏବଂ ପୁଲିସଠାରୁ ରକ୍ଷା ପାଇବା ପାଇଁ ଏକ ବିଦ୍ୟୁତ୍ ଟାୱାରରେ ଚଢ଼ି  ହାଇଭୋଲଟେଜ୍ ଡ୍ରାମା ସୃଷ୍ଟି କରିଥିଲା। ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। 

y6ty7u

ମୁରେନା: ମଧ୍ୟପ୍ରଦେଶର ମୁରେନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁଷ୍କର୍ମକାରୀ ସ୍ଥାନୀୟଲୋକ ଏବଂ ପୁଲିସଠାରୁ ରକ୍ଷା ପାଇବା ପାଇଁ ଏକ ବିଦ୍ୟୁତ୍ ଟାୱାରରେ ଚଢ଼ି  ହାଇଭୋଲଟେଜ୍ ଡ୍ରାମା ସୃଷ୍ଟି କରିଥିଲା। ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। 

କୁତ୍ରାଭଲି ଗାଁରେ ବସବାସ କରୁଥିବା ପୀଡ଼ିତାଙ୍କ ପରିବାରଲୋକ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ବୋହୂ ତାଙ୍କ ଶ୍ୱଶୁରଙ୍କୁ ଫାର୍ମରେ ଖାଦ୍ୟ ଦେବାକୁ ଯାଉଥିଲେ। ଏହି ସମୟରେ ଖରଦିଆ ଡ୍ରେନ୍ ନିକଟରେ ଜଣେ ଯୁବକ ବୋହୂଙ୍କୁ ଜୋରଜବରଦସ୍ତି ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଯୁବକଙ୍କ କବଳରୁ ମୁକଳିବା ପରେ ବୋହୂ ଚାଷ ଜମିରେ କାମ କରୁଥିବା ଗାଁର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ।’

ଏହାପରେ ବୋହୂଙ୍କ ଶ୍ୱଶୁର ଏବଂ ଚାଷଜମିରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀର ପିଛା କରିବା ଆରମ୍ଭ କରିଥିଲେ। ପୁଲିସ ଓ ଗ୍ରାମବାସୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଦୁଷ୍କର୍ମକାରୀ ଜଣକ ଏକ ଉଚ୍ଚବିଦ୍ୟୁତ୍ ଟାୱାର ଉପରେ ଚଢ଼ିଯାଇଥିଲେ।

ଅଭିଯୁକ୍ତ ଯୁବକଜଣକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ୩ଘଣ୍ଟା ଧରି ନାଟକ କରିଥିଲେ। ସ୍ଥାନୀୟଲୋକ ଓ ପୁଲିସ ଅନେକ ଉଦ୍ୟମ ପରେ ବିଦ୍ୟୁତ ଖୁଣ୍ଟ ଉପରୁ ଯୁବକଙ୍କୁ ଓହ୍ଲାଇ ଆଣିବାରେ ସଫଳ ହୋଇଥିଲେ।  ମହିଳାଙ୍କ ଅଭିଯୋଗ କ୍ରମେ କୈଲାରସ ପୁଲିସ ଅଭିଯୁକ୍ତ ଯୁବକ ସୋନୁ ଜାଟବ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ସୋନୁ ଧୋବିପୁରା ଥାନା ଚିନ୍ନୋନିର ବାସିନ୍ଦା ଥିବା ଜଣାପଡ଼ିଛି। ଖୁଣ୍ଟରୁ ତଳକୁ ଆସିବା ପରେ ପୁଲିସ ସୋନୁକୁ ଗିରଫ କରିଥିଲା। 

ଏହି ଘଟଣାରେ କୈଲାରସ ପୁଲିସ ଷ୍ଟେସନର ସବ-ଇନ୍ସପେକ୍ଟର ରାମମନ୍ତ୍ର ଗୁପ୍ତା କହିଛନ୍ତି, 'କୈଲାରସ ପୁଲିସ ଷ୍ଟେସନକୁ ସୂଚନା ମିଳିଥିଲା ଯେ କୌଣସି ଏକ ବିବାଦ ଯୋଗୁଁ ଜଣେ ବ୍ୟକ୍ତି କୁତ୍ରାଭାଲି ଗାଁରେ ଏକ ଟାୱାର ଉପରେ ଚଢ଼ିଯାଇଛି, ତା'ପରେ କୈଲାରସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ତଳକୁ ଓହ୍ଲାଇଥିଲା। ବିଦ୍ୟୁତ ଖୁଣ୍ଟରୁ ତଳକୁ ଆସିବାପରେ  ଅଭିଯୁକ୍ତ ବିରୋଧରେ ଜଣେ ମହିଳାଙ୍କ ଦ୍ୱାରା ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe