ଝିଅ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ମା’ ଭିଡିଓ ବନାଇ କମାଉଥିଲେ ଟଙ୍କା

ଝିଅ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ମା’ ଭିଡିଓ ବନାଇ କମାଉଥିଲେ ଟଙ୍କା

ଅମ୍ରିତସର: ପଞ୍ଜାବର ପଟିୟାଲାରୁ ଏକ ଆଶ୍ଚର୍ଯ୍ୟଜନକ ହନିଟ୍ରାପ୍‌ର ବ୍ଲାକ୍‌ମେଲିଂ ର‍୍ୟାକେଟ ସାମ୍ନାକୁ ଆସିଛି। କୁହାଯାଉଛି କି ମା’ ଝିଅଙ୍କ ଯୋଡ଼ି ମିଶି ସଡ଼କରେ ଚାଳକଙ୍କଠାରୁ ଲିଫ୍ଟ ନେଇଥାଆନ୍ତି। ଏବଂ ଉକ୍ତ ବ୍ୟକ୍ତିଙ୍କୁ ଚା’ ପିଇବା ବାହାନାରେ ଘରକୁ ଡାକି ନେଇ ଥାଆନ୍ତି। ସେଠାରେ ହନିଟ୍ରାପ୍‌ର ଖେଳ ଆରମ୍ଭ କରି ଥାଆନ୍ତି।

publive-image

ଏହାପରେ ମହିଳା, ଝିଅ ଓ ତାଙ୍କ ପଡୋଶୀ ଯୁବତୀ ପ୍ରଥମେ କଥାରେ ଉକ୍ତ ବ୍ୟକ୍ତିଙ୍କ ମନ ଜିଣିବାକୁ ଚେଷ୍ଟା କରି ଥାଆନ୍ତି। ତା’ପରେ ଉକ୍ତ ଯୁବକଙ୍କ ସହ ଶାରୀରିକ ସମ୍ପର୍କ ରଖି ହନିଟ୍ରାପ୍‌ରେ ଫସାଇ ଥାଆନ୍ତି। ଏହି ଘଟଣାରେ ପୁଲିସ ମହିଳା ଓ ତାଙ୍କ ଝିଅ ସମେତ ତିନିଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଫେରାର ଅଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ସେପ୍ଟେମ୍ବର ୩୦ ରାତିରେ ପୀଡିତ ଯୁବକ ବଲଦେବ ସିଂହ କୌଣସି କାମରେ ଯାଉଥିବା ସମୟରେ ତାଙ୍କୁ ଜଣେ ମହିଳା ଲିଫ୍ଟ ମାଗିଥିଲେ। ଘରେ ପହଁଞ୍ଚିବା ପରେ ତାଙ୍କୁ ଚା’ ପିଇବାର ବାହାନା ଦେଖାଇ ମହିଳା ଘରକୁ ନେଇ ଯାଇଥିଲେ। ବଲଦେବ ବି କ୍ଲାନ୍ତ ହୋଇ ଯାଇଥିବା କାରଣରୁ ସେଠାରେ ଅଟକି ଯାଇଥିଲେ।

publive-image

କିଛିଦିନ ପରେ ମହିଳା ପୁଣିଥରେ କଥାକଥାରେ ତାଙ୍କୁ ଘରକୁ ଡାକିଥିଲେ। ଏବଂ ତାଙ୍କ ଝିଅ ଉକ୍ତ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟର ଦୃଶ୍ୟକୁ ମହିଳା କୈଦ୍‌ କରି ବଲଦେବ ସିଂହଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ। ତୁରନ୍ତ ୫୦ ହଜାର ଟଙ୍କା ନଦେଲେ ସେ ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଲୋକଲଜ୍ଜା ଭୟରେ ସେ ୨୫ ହଜାର ଟଙ୍କା ଦେଇଥିଲେ ବି ଆହୁରି ଟଙ୍କା ମହିଳା ଦାବି କରିବା ପରେ ବଳଦେବ ସିଂହ ପୁଲିସର ସାହାଯ୍ୟ ଲୋଡିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe