ଟଙ୍କା ଠକେଇ: ଗାଜିଆବାଦ୍‌ରୁ ମା’-ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ

Advertisment

ଜଣେ ବରିଷ୍ଠ ନାଗରିକ ସାଇବର ଥାନାରେ ଗତ ୨୨ ତାରିଖ ଦିନ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କୁ କିଛି ଅଜ୍ଞାତ ମୋବାଇଲ୍ ନମ୍ବର ଏବଂ ଟୋଲ୍ ଫ୍ରି ନମ୍ବରରୁ କଲ ଆସିଥିଲା, ଯାହାକୁ ସେ ଫେଡେକ୍ସ କ୍ୟୁରି ଅଫିସ୍ ଏବଂ ମୁମ୍ବାଇ ସାଇବର କ୍ରାଇମ୍ ଡିଭିଜନର ପୁଲିସ୍ କର୍ମଚାରୀ ବୋଲି ଦର୍ଶାଇଥିଲେ।

ଜଣେ ବରିଷ୍ଠ ନାଗରିକ ସାଇବର ଥାନାରେ ଗତ ୨୨ ତାରିଖ ଦିନ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କୁ କିଛି ଅଜ୍ଞାତ ମୋବାଇଲ୍ ନମ୍ବର ଏବଂ ଟୋଲ୍ ଫ୍ରି ନମ୍ବରରୁ କଲ ଆସିଥିଲା, ଯାହାକୁ ସେ ଫେଡେକ୍ସ କ୍ୟୁରି ଅଫିସ୍ ଏବଂ ମୁମ୍ବାଇ ସାଇବର କ୍ରାଇମ୍ ଡିଭିଜନର ପୁଲିସ୍ କର୍ମଚାରୀ ବୋଲି ଦର୍ଶାଇଥିଲେ।

ସାଇବର ଠକଙ୍କ ପୁଲିସ ଅବତାର: କେବେ ସିବିଆଇ ତ କେବେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ

ଭୁବନେଶ୍ବର: ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତ୍ତରପ୍ରଦେଶର ଗାଜିଆବାଦ୍‌ରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ ଅଗ୍ରୱାଲ। ଉଭୟ ମା’-ପୁଅ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ଏକ କଂପାନି ଖୋଲି ଲୋକଙ୍କୁ ଡିଜିଟାଲ ମାଧ୍ୟମରେ ଗିରଫ କରି ଠକେଇ କରୁଥିଲେ।

ଏହି ଖବର ପଢ଼ନ୍ତୁ: ଆମେରିକା ଉପରେ ଚୀନର ସାଇବର ଆକ୍ରମଣ

ଠକେଇ ନେଇ ଭୁବନେଶ୍ବରର ଜଣେ ବରିଷ୍ଠ ନାଗରିକ ସାଇବର ଥାନାରେ ଗତ ୨୨ ତାରିଖ ଦିନ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କୁ କିଛି ଅଜ୍ଞାତ ମୋବାଇଲ୍ ନମ୍ବର ଏବଂ ଟୋଲ୍ ଫ୍ରି ନମ୍ବରରୁ କଲ ଆସିଥିଲା, ଯାହାକୁ ସେ ଫେଡେକ୍ସ କ୍ୟୁରି ଅଫିସ୍ ଏବଂ ମୁମ୍ବାଇ ସାଇବର କ୍ରାଇମ୍ ଡିଭିଜନର ପୁଲିସ୍ କର୍ମଚାରୀ ବୋଲି ଦର୍ଶାଇଥିଲେ। ସାଇବର ଠକମାନେ କହିଥିଲେ ଯେ, କିଛି ଦୁର୍ବୃତ୍ତଙ୍କ ଦ୍ବାରା ଅଭିଯୋଗକାରୀଙ୍କ ଆଧାରକାର୍ଡ ହ୍ୟାକ୍ ହୋଇଛି ଏବଂ ଟଙ୍କା ଠକେଇ ପାଇଁ ବ୍ୟବହୃତ ହୋଇଛି। ଏସଂପର୍କରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି ଏବଂ ସେମାନେ ଧମକ ଦେଇଛନ୍ତି ଯେ ତାଙ୍କୁ ତିନିରୁ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଯାଞ୍ଚ ପାଇଁ ସେମାନେ ପରାମର୍ଶ ଦେଇଥିବା ଏକ ଆକାଉଣ୍ଟକୁ ତାଙ୍କର ସମସ୍ତ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ରାଶି ତାଙ୍କ ଆକାଉଣ୍ଟକୁ ଫେରାଇ ଦିଆଯିବ ବୋଲି କହିଥିଲେ। ସେହିପରି ସେମାନେ ତାଙ୍କୁ ତାଙ୍କ ଏସବିଆଇ ଆକାଉଣ୍ଟରୁ ପାଞ୍ଚଟି କାରବାରରେ ଏବଂ ତାଙ୍କ ପତ୍ନୀଙ୍କ ଏସବିଆଇ ଆକାଉଣ୍ଟରୁ ୨୦୨୪ ମେ୍ ୧୪ରୁ ୨୦୨୪ ମେ’ ୧୮ ତାରିଖ ମଧ୍ୟରେ ୧,୩୭,୯୦,୦୦  (ଏକ କୋଟି ତିରିଶ ଲକ୍ଷ ନବେ ହଜାର) ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ। 

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ସିରିଜ ଦୁର୍ଘଟଣା: ଏକାଧିକ ବ୍ୟକ୍ତି ଆହତ, ଚାପା ଉତ୍ତେଜନା ଜାରି

ସାଇବର ଅପରାଧ ଶାଖା ଟଙ୍କା ସମୀକ୍ଷା କରିବା ପରେ ପୀଡ଼ିତ ବ୍ୟକ୍ତି ତିନୋଟି ଭିନ୍ନ ଆକାଉଣ୍ଟରେ ୧.୩୮ କୋଟି ଟଙ୍କା ଜମା କରିଥିବା ନେଇ ସ୍ପଷ୍ଟ ହୋଇଥିଲା। ସେଥିମଧ୍ୟରୁ ୧.୧୨ କୋଟି ଟଙ୍କା ବଂଶୀଲାଲ ସଫ୍ଟୱେୟାର ପ୍ରାଇଭେଟ ଲିମିଟେଡ ଆକାଉଣ୍ଟରେ ଜମା କରାଯାଇଥିବା ଜଣାପଡ଼ିଥିଲା। ତଦନ୍ତ ବେଳେ ଏହା ଜଣାପଡ଼ିଥିଲା ଯେ ନୀଲମ ଅଗ୍ରୱାଲ ଏବଂ ବଂଶ ଅଗ୍ରୱାଲ ହେଉଛନ୍ତି ଏହି କଂପାନିର ମାଲିକ। 

ଏହି ଖବର ପଢ଼ନ୍ତୁ: ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ: ମୁଖ୍ୟମନ୍ତ୍ରୀ

ସୂଚନା ଆଧାରରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଗାଜିଆବାଦ୍‌ରେ ପହଞ୍ଚି ଥିଲା ଏବଂ ସ୍ଥାନୀୟ ବିଜୟନଗର ଥାନା ପୁଲିସର ସହଯୋଗରେ ଅଭିଯୁକ୍ତ ମା’-ପୁଅଙ୍କୁ ଗତର ୨୭ ତାରିଖ ଦିନ ଗିରଫ କରିଛି। ପୁଲିସ ମା’-ପୁଅଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି। ଅଭିଯକ୍ତମାନେ ୧୩ଟି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଡିଜିଟାଲ ମାଧ୍ୟମରେ ଗିରଫ କରୁଥିବା ପୁଲିସ ଜାଣିବାକୁ ପାଇଛି। 

ଏହି ଖବର ପଢ଼ନ୍ତୁ: ନୂଆବର୍ଷ ପାଇଁ ବିଏସଏନଏଲ ଆଣିଲା ଏମିତି ଅଫର, ଜିଓ-ଏୟାରଟେଲର ବଢ଼ିଲା ଟେନସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe