ମାଆ ନିଜର ଏଗାର ବର୍ଷର ପୁଅକୁ ଦେଉଥିଲେ ୩ ବର୍ଷ ଧରି ନିର୍ଯାତନା, ଜାଣନ୍ତୁ ତା’ପରେ କ’ଣ ହେଲା?

Advertisment
ମାଆ ନିଜର ଏଗାର ବର୍ଷର ପୁଅକୁ ଦେଉଥିଲେ ୩ ବର୍ଷ ଧରି ନିର୍ଯାତନା, ଜାଣନ୍ତୁ ତା’ପରେ କ’ଣ ହେଲା?

ନୂଆଦିଲ୍ଲୀ: ଭାଇ ,ମୋତେ ଘରକୁ ପଠାଅ ନାହିଁ,ମୁଁ ଠିକ୍‌ ହୋଇଯିବି ତ ମୋତେ ଘରକୁ ନେଇ ଯିବ। ମମ୍ମି ବହୁତ ମାରୁଛନ୍ତି।ଏହା ଥିଲା ଜୀବନ୍ତ କଙ୍କାଳ ହୋଇଥିବା ୧୧ ବର୍ଷର ମୟଙ୍କର । ଗତକାଲି ସକାଳେ ମୟଙ୍କ ହସ୍ପିଟାଲରେ ମୃତ୍ୟୁବରଣ କରିଛି। ତେବେ ଦୁଃଖର କଥା ଯେ,ହସ୍ପିଟାଲରେ ମୟଙ୍କ ଶେଷ ନିଃଶ୍ୱାସ ନେବାବେଳେ ତା’ପାଖରେ କେହି ନଥିଲେ।
ଏହି ଅଘଟଣ ଘଟିଛି ଉତ୍ତର ଦିଲ୍ଲୀର ତ୍ରିନଗରର ନାରଙ୍ଗ କଲୋନିର ଗଳି ନମ୍ବର -୫ରେ। କିଛି ବର୍ଷ ହେବ ଜଣେ ମହିଳା ନିଜ ସ୍ୱାମୀଙ୍କଠାରୁ ଅଲଗା ରହିଥିଲେ ନିଜର ୧୧ ବର୍ଷୀୟ ପୁଅ ସହିତ। ଅଭିଯୋଗ ଅନୁଯାୟୀ ମାଆ ନିଜ ପୁଅକୁ ଘରେ ବନ୍ଦୀ ବନାଇ ରଖି ଥିଲେ। ଏହି ସୟମରେ ମାଆ ପୁଅକୁ ଭୋକିଲା-ଶୋଷିଲା ରଖିବା ସହିତ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ।

ମହିଳା ଜଣକ ବି ଅସୁସ୍ଥ ରହୁଥିଲେ। ସେ ମାନସିକ ଅବସାଦଗ୍ରସ୍ତ ଥିଲେ। ପଡୋଶୀମାନଙ୍କ କହିବା ଅନୁଯାୟୀ, ମାଆ କଙ୍କାଳ ହୋଇସାରିଥିବା ତା’ର ପୁଅକୁ ବାହାରକୁ ଫିଙ୍ଗି ଦେଇଥିଲା। ମୟଙ୍କର ଦେହରେ କପଡା ବି ନ ଥିଲା। କଙ୍କାଳ ମନେ କରି ମୟଙ୍କକୁ କୁକୁରମାନେ କାମୁଡ଼ି ଖାଉଥିବାର ଦେଖି ପଡୋଶୀ କୁକୁରମାନଙ୍କୁ ସେଠାରୁ ବିଦା କରି ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚ ଘଟଣାର ଛାନ୍‌ ଭିନ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe