ମା’ ରିଲ୍ସ କରୁଥିବା ବେଳେ ଭାଇ ବଞ୍ଚାଇଲା କୁନି ଭଉଣୀର ଜୀବନ

Advertisment

ଜାତୀୟରାଜପଥ ପାର୍ଶ୍ବରେ ଛିଡ଼ା ହୋଇ ମା’ ରିଲ୍ସ କରିବାରେ ବ୍ୟସ୍ତ ଥିବା ବେଳେ ଭାଇ ବଞ୍ଚାଇଲା କୁନି ଭଉଣୀର ଜୀବନ। ଭିଡିଓ ଭାଇରାଲ ହେବାପରେ ଏଭଳି ମା’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ।

ଜାତୀୟରାଜପଥ ପାର୍ଶ୍ବରେ ଛିଡ଼ା ହୋଇ ମା’ ରିଲ୍ସ କରିବାରେ ବ୍ୟସ୍ତ ଥିବା ବେଳେ ଭାଇ ବଞ୍ଚାଇଲା କୁନି ଭଉଣୀର ଜୀବନ। ଭିଡିଓ ଭାଇରାଲ ହେବାପରେ ଏଭଳି ମା’କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ।

e


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ନଜର ଆସିଥାଏ ଯାହାକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିଥାଏ।

କାହିଁକି ନା ଭିଡିଓରେ ରିଲ୍ପ କରୁଥିବା ବ୍ୟକ୍ତିମାନେ ସମୟସମୟରେ ଏପରି ଭାବେ ମଜି ଯାଇଥାଆନ୍ତି ଯେ  ନିଜ ଜୀବନକୁ ବିପଦରେ ପକାଇ ଦେଇଥାଆନ୍ତି ତ ଆଉ କେତେବେଳେ ରିଲ୍ସ କରୁଥିବା ବେଳେ ଚର୍ତୁରପାରର୍ଶ୍ବରେ କ’ଣ ଘଟୁଛି ତାହା ଲକ୍ଷ୍ୟ କରି ନଥାଆନ୍ତି।

ସମ୍ପ୍ରତି ସୋସିଆଲ ମିଡିଆରେ ୨୯ସେକେଣ୍ଡର ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ ଜଣେ ମା’ ଜାତୀୟରାଜପଥ ପାର୍ଶ୍ବରେ ଛିଡ଼ା ହୋଇ ରିଲ୍ସ କରୁଛନ୍ତି। ସେ ରିଲ୍ସରେ ଏତେମାତ୍ରାରେ ମଜି ଯାଇଛନ୍ତି ଯେ ତାଙ୍କ ସାନ ଝିଅ ଜାତୀୟରାଜପଥ ମଝିକୁ ଚାଲି ଯାଉଛି ସେ ଜାଣି ପାରୁ ନାହାନ୍ତି। ଠିକ ଏହି ସମୟରେ ମହିଳାଙ୍କ ପୁଅ କୁନି ଭଉଣୀକୁ ରାସ୍ତାଆଡକୁ ଦୌଡ଼ି ଯାଉଥିବା ଦେଖି ମା’କୁ ଆସି ସୂଚନା କରିଥିଲା। 

ସଙ୍ଗେସଙ୍ଗେ ମହିଳା ଜଣକ ଦୌଡ଼ି ଯାଇ ରାସ୍ତା ମଝିରୁ କୁନି ଝିଅକୁ ଧରିନେଇଥିଲେ।  ଥରେ ଚିନ୍ତା କରି ଦେଖନ୍ତୁ ତ ଏହି ସମୟରେ ଯଦି ରାସ୍ତାରେ ଗାଡ଼ି ଆସି ଯାଇଥାଆନ୍ତା କ’ଣ ଘଟିଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe