ଧରାପଡ଼ିଲା ଫ୍ୟାମିଲି ଲୁଟେରା ଗ୍ୟାଙ୍ଗ: ସାମିଲ ଅଛନ୍ତି ମା’, ଝିଅ, ପୁଅ ଓ ବୋହୂ

Advertisment
ଧରାପଡ଼ିଲା ଫ୍ୟାମିଲି ଲୁଟେରା ଗ୍ୟାଙ୍ଗ: ସାମିଲ ଅଛନ୍ତି ମା’, ଝିଅ, ପୁଅ ଓ ବୋହୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ଫରଚ୍ୟୁନର ଗାଡ଼ିରେ ଆସି ଲୋକଙ୍କ ଠାରୁ ସୁନା ଚେନ ଲୁଟୁଥିବା ଏକ ଫ୍ୟାମିଲ ଗ୍ୟାଙ୍ଗ ଧରାପଡ଼ିଛନ୍ତି। ଗତକିଛି ଦିନ ହେବ ସୁନା  ଚେନ ଲୁଟ ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଥିଲା। ଯାହାକୁ ନେଇ ପୁଲିସ ତତ୍ପରତା ଦେଖାଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ଅଗଷ୍ଟ ୧୯ ତାରିଖରେ ପୁଲିସକୁ ସୂଚନା ମିଳିଥିଲା କି ବଜାରରେ ଲୋକଙ୍କ ଠାରୁ ପୁଣି ସୁନା ଚେନା ଲୁଟା ଯାଉଛି। ଏହି ଚେନ ଲୁଟିବା ପରେ ଲୁଟେରା ଏକ ଫରଚ୍ୟୁନର କାରରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଲୋକେ ଅଭିଯୋଗ କରିଥିଲେ।

ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ଜଣେ ଲୁଟେରାକୁ ଧରିଥିଲା। ଧରାପଡ଼ିଥିବା ଜଣେ ଲୁଟେରା ଆଧାରରେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଲୁଟେରାଙ୍କୁ ପୁଲିସ କାବୁ କରିଥିଲା। ଗିରଫ ପରେ ୪ଜଣ ଲୁ‌ଟେରାଙ୍କ ଠାରୁ ଅଳଙ୍କାର ସମେତ ବିପୁଳ ଟଙ୍କା ଓ ଲୁଟ ପାଇଁ ଯାଉଥିବା ଫରଚ୍ୟୁନର ଗାଡ଼ିକୁ ପୁଲିସ ଜବତ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ପୁଲିସ ହାତ‌ରେ ଧରାପଡ଼ିଥିବା ସମସ୍ତ ଲୁଟେରା ଗୋଟିଏ ପରିବାରର ସଦସ୍ୟ। ଏମାନେ ହେଲେ ମା’, ଝିଅ , ପୁଅ ଓ ବୋହୂ। ଗିରଫ ଲୁଟେରାଙ୍କୁ ଏହି ଲୁଟ ଘଟଣା ବିଷୟରେ ପଚାରିବାରୁ ଗ୍ୟାଙ୍ଗରେ ସାମିଲ ଥିବା ଯୁବକ ମୋହତ କହିଥିଲା, ସେ ସ୍ତ୍ରୀ ମନୀଷା, ମା’ ବିମଲେଶ ଓ ଭଉଣୀ ମମତାଙ୍କ ସହିତ ମିଶି ବଜାରରେ ବୁଲୁଥିବା ଲୋକଙ୍କ ଠାରୁ ସୁନା ଚେନ ଲୁଟ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe