ଥରକରେ ନମରିବାରୁ ପୁଅକୁ ଦ୍ୱିତୀୟ ଥର ରସାୟାନିକ ଦ୍ରବ୍ୟ ପିଆଇ ହତ୍ୟା କଲା ସାବତ ମା’

Advertisment
ଥରକରେ ନମରିବାରୁ ପୁଅକୁ ଦ୍ୱିତୀୟ ଥର ରସାୟାନିକ ଦ୍ରବ୍ୟ ପିଆଇ ହତ୍ୟା କଲା ସାବତ ମା’

ବଲରାମପୁର: ଦୁନିଆରେ ମା’ ଓ ପିଲାର ସମ୍ପର୍କ ଖୁବ ମଧୁର ବୋଲି କୁହାଯାଇଛି। କିନ୍ତୁ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାରେ ମା’ ଓ ପୁଅକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାବତ ମା’ ୮ବର୍ଷୀୟ ପୁଅକୁ ରସାୟନିକ ଦ୍ରବ୍ୟ ପିଆଇ ହତ୍ୟା କରିଛି। ଏହି ହତ୍ୟା ଘଟଣା ପୂର୍ବରୁ ପୁଅର ମାମୁଁ ସାବତା ମା’ ଉପରେ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। କିନ୍ତୁ ତୁଲସୀପୁର ପୁଲିସଙ୍କ ଅବହେଳା କାରଣରୁ ପିଲାର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ କହୁଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

publive-image

ମାମଲା ତୁଳସୀପୁର ଥାନା ଅଞ୍ଚଳସ୍ଥିତ ନୂଆ ବଜାର ପୁରବାରେ ଘଟିଛି। ଏଠାରେ ବସବାସ କରୁଥିବା ନସିରଙ୍କ ବିବାହ ଅବଦୁଲ ରବ ପୁତ୍ର ଅବଦୁଲ ରଉଫଙ୍କ ଭଉଣୀ ସହିତ ହୋଇଥିଲା। ଏହା ପରେ ନସିର ସକିନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ଘରକୁ ଆସିବା ମାତ୍ରେ ପୁଅକୁ ମାଡଧର କରିବା ଆରମ୍ଭ କରି ଦେଇଥିଲେ। ଏହି କାରଣରୁ ପିଲାଟି ତାର ସାବତ ମା’ଙ୍କୁ ଭୟ କରୁଥିଲା। ସବୁବେଳେ ଚୁପ୍‌ଚାପ ହୋଇ ରହୁଥିଲା।

publive-image

ଅବଦୁଲ ରବଙ୍କ କହିବାନୁସାରେ, ଜାନୁଆରି ୩୧ରେ ସକିନା ପିଲାକୁ ଏକ ରସାୟନିକ ଦ୍ରବ୍ୟ ପିଆଇ ଦେଇଥିଲା। ଯାହାଫଳରେ ପିଲାଟି ଅନେକ ଥର ରକ୍ତ ବାନ୍ତି କରିବା ସହିତ କଥା କହିବାରେ ଅସମର୍ଥ ହୋଇଥିଲା। ଏହି ଘଟଣାକୁ ନେଇ ଫେବ୍ରୁଆରି ୨ ତାରିଖରେ ତୁଳସୀପୁର ଥାନାରେ ଅଭିଯୋଗ କରିବା ସହିତ ସକିନା ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ ଅବଦୁଲ କହିଥିଲେ। କିନ୍ତୁ ଥାନା ଅଧିକାରୀ ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଫେବ୍ରୁଆରି ୫ ତାରିଖରେ ସକିନା ପୁଣି ଥରେ ପୁଅକୁ ରସାୟନିକ ଦ୍ରବ୍ୟ ପିଆଇବାର ସଫଳ ହୋଇଗଲା। ଯାହାଫଳରେ ଚିକିତ୍ସା ଚାଲୁଥିବା ସମୟରେ ପିଲାର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe