ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ୬ ବର୍ଷୀୟ ଝିଅକୁ ହତ୍ୟା କଲା ମାଆ

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ୬ ବର୍ଷୀୟ ଝିଅକୁ ହତ୍ୟା କଲା ମାଆ

Image Courtesy of HT

ନୂଆଦିଲ୍ଲୀ: ଗାଜିପୁରରେ ଜଣେ ମାଆ ତାଙ୍କର ଛଅ ବର୍ଷୀୟ ଝିଅକୁ ହତ୍ୟା କରିଛନ୍ତି। ମା ଓ ତାଙ୍କର ପ୍ରେମିକକୁ ଝିଅଟି ଆପତ୍ତିଜନକ ପରିସ୍ଥିତିରେ ଦେଖି ପକାଇଥିଲା। ପରେ ପୁଲିସକୁ ଭୁଅାଁବୁଲାଇବାକୁ ସେ ମହିଳା ଜଣକ କହିଥିଲେ କି, କୌଣସି କାପାଳିକ ତାକୁ ହତ୍ୟା କରିଛି।

ପୁଲିସ କହିବା ଅନୁସାରେ, ବୁଧବାର ରାତିରେ ଗୋଟିଏ ପରିବାର ଥାନାରେ ପହଞ୍ଚି କହିଲେ ଯେ ସେମାନଙ୍କର ଛଅ ବର୍ଷୀୟ ଝିଅ କାଜଲ ନିରୁଦ୍ଦିଷ୍ଟ ହୋଇ ଯାଇଛି। ତାକୁ ଖୋଜିବାକୁ ପୁଲିସ ଗୋଟିଏ ଟିମ୍‌ ଗଠନ କଲା। ହ୍ଵାଟ୍‌ସ୍‌ଆପ୍‌ରେ ତା’ର ଫଟୋ ମଧ୍ୟ ପ୍ରସାରଣ କରାଇଲା। ପୁଲିସ ମଧ୍ୟ ଦୁଆର ଦୁଆର ବୁଲି ଝିଅଟିକୁ ଖୋଜିଲା, କିନ୍ତୁ ସବୁ ପ୍ରୟାସ ନିଷ୍ଫଳ ହେଲା। ପରେ ଝିଅର ଶବ ତାଙ୍କ ଘରକୁ ଲାଗିଥିବା ଅନ୍ୟ ଏକ ଘରର ଟେରାସ୍‌ରୁ ମିଳିଲା।

publive-image Image Courtesy of TOI

ଝିଅଟିର ତଣ୍ଟି କଟା ଯାଇଥିଲା। ଏଥିରେ ତା’ର ମା’ ୩୦ ବର୍ଷୀୟ ମୁନ୍ନୀ ଦେବୀ ବିବ୍ରତ ହୋଇ ପଡ଼ିଲେ। ସେ ପୁଲିସକୁ କହିଲେ ଯେ କାଜଲ ଖେଳିବାକୁ ବାହାରି ଯିବା ପରେ ଅନ୍ୟ ଦୁଇ ପିଲାଙ୍କ ସହ ସେ ଏବଂ ତାଙ୍କ ସ୍ୱାମୀ ଘରେ ଥିଲେ। ଏଇଟା ଦୈନନ୍ଦିନ କଥା। କାଜଲ ଫେରିବାକୁ ଡେରି କଲାରୁ ଆମେ ଖୋଜିବାକୁ ଗଲୁ।

କାଜଲକୁ ଦେଖିଛ କି, ବୋଲି ତା’ର ସାଙ୍ଗମାନଙ୍କୁ ପଚାରିବାରୁ ସେମାନେ କହିଲେ କି ସେମାନେ ତାକୁ ଗୋଟାଏ ଭୂତ ପାଖକୁ ଯିବାର ଦେଖିଛନ୍ତି। ତା’ପରେ ସେ ଆଉ ତାଙ୍କ ସହ ଖେଳିବାକୁ ଆସି ନାହିଁ।

publive-image Image Courtesy of TOI

ଆଜି ସକାଳେ ଝିଅର ଶବ ଦେଖି ମୁଁ ନିଶ୍ଚିତ ହୋଇଗଲି ଯେ କେହି ତାକୁ ଗୁଣୀ କରିଛି। କୌଣସି କାପାଳିକ ବଳି ଚଢ଼ାଇବାକୁ ତା’ର ତଣ୍ଟିକୁ ଏମିତି କାଟି ପକାଇଥିବା ସମ୍ଭବ।

ଏ କଥାକୁ ବିଶ୍ୱାସଯୋଗ୍ୟ ମନେ ହୋଇଥିଲା। କିନ୍ତୁ, ମୁନ୍ନୀଙ୍କୁ ପୁଲିସ ଆହୁରି ପଚରା ଉଚୁରା କରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସେଉଠୁ ତାଙ୍କ ଉପରେ ସନ୍ଦେହ ଘନିଭୂତ ହୋଇଥିଲା।

ପୂର୍ବାଞ୍ଚଳ ଡିସିପି ଓଁବୀର ସିଂହ କହନ୍ତି: ଗୁରୁବାର ସକାଳେ ମୁନ୍ନୀ ନିଜର ଅପରାଧ ସ୍ୱୀକାର କରିଥିଲେ। ମାତ୍ର କେଇ ଘଣ୍ଟା ମଧ୍ୟରେ ମାମଲା ସମାଧାନ ହୋଇ ଯାଇଥିଲା। ମାଆ ଓ ତାଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଗଲା।

ସତ କଥା କ’ଣ, ତାହା ମୁନ୍ନୀ ପୁଲିସକୁ କହିଥିଲେ।

publive-image Image Courtesy of TOI

କାଜଲ ଟେରାସ୍‌ରେ ଖେଳୁଥିବାବେଳେ ଦେଖିଲା, ମାଆ ମୁନ୍ନୀ ଓ ଜଣେ ଅପରିଚିତ ବ୍ୟକ୍ତି ହାତ ଧରାଧରି ହୋଇ ବସିଛନ୍ତି। ସେ ଥିଲେ ମୁନ୍ନୀଙ୍କ ପ୍ରେମିକ ୨୨ ବର୍ଷିୟ ସୁଧୀର।

ସେମାନଙ୍କୁ ଏକାଠି ଦେଖି କାଜଲ ନିଜ ବାପାଙ୍କୁ ଡାକ ପକାଇ ତଳକୁ ଦୌଡ଼ି ଯିବାକୁ ଉଦ୍ୟମ କଲା। ମୁନ୍ନୀ ତା’ ପଛେ ପଛେ ଧାଇଁ ଯାଇ ତା’ ପାଟିରେ ହାତ ଚାପି ଧରିଥିଲା। ଫଳରେ ସେ ଆଉ ପାଟି କରି ପାରି ନ ଥିଲା।

ତା’ପରେ ସେ ଝିଅକୁ ଟାଣି ଟାଣି ଟେରାସ୍‌କୁ ନେଇ ଯାଇଥିଲେ। ସେମାନଙ୍କ ସମ୍ବନ୍ଧରେ କାହାକୁ କିଛି ନ କହିବାକୁ ସେ କାଜଲକୁ କହିଥିଲେ, କିନ୍ତୁ ସେ କଥା ମାନି ନ ଥିଲା।

ମୁନ୍ନୀ ସୁଧୀରଙ୍କୁ ପଚାରି ଥିଲେ କି, କ’ଣ କଲେ କାଜଲ ଆଉ ସେମାନଙ୍କ ସମ୍ବନ୍ଧ ବିଷୟରେ ତା’ ବାପାଙ୍କୁ କହି ପାରିବ ନାହିଁ। ଉଭୟ ସ୍ଥିର କରିଥିଲେ କି, ତାକୁ ହତ୍ୟା କଲେ ହିଁ ସେ ସବୁଦିନ ପାଇଁ ଚୁପ୍‌ ହୋଇ ଯିବ।

publive-image Image Courtesy of TOI

ଉଭୟେ ଝିଅକୁ ଟାଣି ଟାଣି ପାଖ କୋଠାର ଟେରାସ୍‌କୁ ନେଇ ଯାଇ ଗୋଟିଏ ଛୁରୀରେ ତା’ର ତଣ୍ଟି କାଟି ପକାଇଥିଲେ। ତା’ପରେ ଶବକୁ ଘୋଷାରି ନେଇ ପାର୍ଶ୍ୱରେ ଥିବା ଅନ୍ୟ ଏକ କୋଠାର ଟେରାସ୍‌ରେ ପକାଇ ଦେଇଥିଲେ।

ସୁଧୀର ଖସି ପଳାଇ ଥିଲା ଏବଂ ଦେବୀ ଝିଅକୁ ଖୋଜିଥିବା ବାହାନା କରି ଫ୍ଲାଟ୍‌କୁ ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe