ସପ୍ତମ ଶ୍ରେଣୀ ଛାତ୍ର ସହିତ ତିନି ପିଲାର ମା’ ଫେରାର ! ଗ୍ରାମରେ ଚାଞ୍ଚଲ୍ୟ, ଖୋଜୁଛି ପୁଲିସ୍

Advertisment
ସପ୍ତମ ଶ୍ରେଣୀ ଛାତ୍ର ସହିତ ତିନି ପିଲାର ମା’ ଫେରାର ! ଗ୍ରାମରେ ଚାଞ୍ଚଲ୍ୟ, ଖୋଜୁଛି ପୁଲିସ୍

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋରଖପୁର ନିକଟସ୍ଥ କେମ୍ପିୟରଗଞ୍ଜ ଅଞ୍ଚଳରେ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ତିନିଟି ପିଲାର ମା’ ଜଣେ ସପ୍ତମ ଶ୍ରେଣୀ ଛାତ୍ର ସହିତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ବାଳକର ପରିବାରଲୋକ ପୁଲିସକୁ ଗୁହାରି କରି ତାଙ୍କ ପିଲାକୁ ଖୋଜି ଆଣିବାକୁ କହିଛନ୍ତି। ପୁଲିସ ଏହାପରେ ତଦନ୍ତ ଆରମ୍ଭ କରି ମହିଳା ଓ ଉକ୍ତ ଛାତ୍ରକୁ ଖୋଜୁଛି। ଫେରାର ଛାତ୍ରର ବୟସ ୧୬ରୁ ୧୭ବର୍ଷ ମଧ୍ୟରେ ହେବ।

ଗ୍ରାମବାସୀଙ୍କ କହିବାନୁସାରେ, ମହିଳା ଓ ଛାତ୍ର ଅନେକ ସମୟ ଧରି ମିଳାମିଶା କରୁଥିଲେ। କିନ୍ତୁ କେବେ କେହି ଚିନ୍ତା କରି ନଥିଲେ କି ଦୁହିଁଙ୍କ ଭିତରେ ଏଭଳି ସମ୍ପର୍କ ଥିଲା ଆଉ ଦୁହେଁ ଫେରାର ହୋଇଯିବେ ବୋଲି। ମାର୍ଚ୍ଚ ୧୦ ତାରିଖ ରାତିରେ ହଠାତ ବାଳକ ଓ ମହିଳା ଗାଁରୁ ଫେରାର ହୋଇଯାଇଥିଲେ।

ସକାଳ ହେବା ପରେ ମହିଳା ଜଣେ ସପ୍ତମ ଶ୍ରେଣୀ ଛାତ୍ର ସହିତ ଫେରାର ହେବା ଘଟଣା ପ୍ରଘଟ ହୋଇଥିଲ। ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତେ ଦୁହିଁଙ୍କୁ ବହୁତ ଖୋଜାଖୋଜି କରିବା ପରେ ବି କୌଣସି ଖବର ମିଳି ନଥିଲା। ଏହାପରେ ଛାତ୍ରର ପରିବାର ଲୋକେ ପୁଲିସକୁ ଏହି ଘଟଣା ବିଷୟରେ ଜଣାଇ ପୁଅକୁ ଖୋଜି ଆଣିବାକୁ କାନ୍ଦିକାନ୍ଦି ଗୁହାରି କରିଥିଲେ। ଏହାପରେ ପୁଲିସ ଗ୍ରାମରେ ପହଞ୍ଚି ଘଟଣା ସମ୍ପର୍କରେ ଅନ୍ୟ ଗ୍ରାମବାସୀଙ୍କୁ ପଚରାଉଚରା କରିବା ପରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe