୭ଜଣ ସନ୍ତାନଙ୍କୁ ଘରେ ଛାଡ଼ି ପ୍ରେମିକ ସହ ଫେରାର ହେଲେ ମହିଳା

Advertisment

ସ୍ବାମୀ ଚାକିରି ପାଇଁ ବାହାରକୁ ଯାଇଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ସହିତ ଫେରାର ‌ହେଲେ ୭ଜଣ ସନ୍ତାନଙ୍କ ମା’। ମା’କୁ ନପାଇ ପିଲାମାନେ କାନ୍ଦିାକନ୍ଦି ଥାନାରେ ହୋଇଛନ୍ତି ଦ୍ବାରସ୍ଥ।

ସ୍ବାମୀ ଚାକିରି ପାଇଁ ବାହାରକୁ ଯାଇଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ସହିତ ଫେରାର ‌ହେଲେ ୭ଜଣ ସନ୍ତାନଙ୍କ ମା’। ମା’କୁ ନପାଇ ପିଲାମାନେ କାନ୍ଦିାକନ୍ଦି ଥାନାରେ ହୋଇଛନ୍ତି ଦ୍ବାରସ୍ଥ।

ତକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରୁ ଏକ ଭାବବିହ୍ବୋଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ୭ଟି ସନ୍ତାନର ମା’ ପ୍ରେମିକା ସହିତ ଫେରାର ହୋଇଯିବା ପରେ ପିଲାମାନେ ମା’କୁ ନ ପାଇ ଭୋଭୋ ହୋଇ କାନ୍ଦିକାନ୍ଦି ଥାନାରେ ଦ୍ବାରସ୍ଥ ହୋଇଛନ୍ତି। ଏହା ଘଟଣାର ପୁଲିସ ଯାଞ୍ଚ ଆରମ୍ଭ କରି ପିଲାମାନଙ୍କ ଫେରାର ମା’କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି।

ଘଟଣାଟି ହେଉଛି ଏପରି, କନୌଜ ଜିଲ୍ଲାର ଗୁରସହାୟଗଞ୍ଜ କୋତବାଲି ଅଞ୍ଚଳରେ ଥିବା ଗ୍ରାମରେ ସ୍ବାମୀ ଓ ୭ଜଣ ପିଲାଙ୍କ ସହିତ ବସବାସ କରୁଥିଲେ ପ୍ରତିମା(ଛଦ୍ମନାମ)। ପ୍ରତିମାଙ୍କ ସ୍ବାମୀ ଚାକିରି ପାଇଁ ଘର ବାହାରେ ରହୁଥିଲେ। ଏହି ସମୟରେ ପ୍ରତିମା ଗ୍ରାମର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ। ସୁଯୋଗ ଦେଖି ନିକଟରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଅନେକ ସମୟ ଧରି ମା’ ଘରକୁ ନଆସିବାରୁ ପିଲାମାନେ ସେମାନଙ୍କ ପିଉସୀକୁ ଜଣାଇଥିଲେ। 

ପିଲାମାନଙ୍କ ଠାରୁ ଖବର ପାଇବା ପରେ ଫେରାର ମହିଳାଙ୍କ ନଣନ୍ଦ ଘରେ ପହଞ୍ଚିଲେ। ୭ଜଣ ପିଲାଙ୍କୁ ଧରି ଥାନାକୁ ଯାଇ ପ୍ରତିମା ନିଖୋଜ ଥିବା ଅଭିଯୋଗ କରିଥିଲେ। 

ଗ୍ରାମବାସୀଙ୍କ କହିବାନୁସାରେ ପ୍ରତିମା ଗାଁର ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଛି।  ଉକ୍ତ ପରିବାର ଆର୍ଥିକ ସ୍ଥିତ ଭଲ ନଥିବାରୁ ଫେରାର ମହିଳାଙ୍କ ସ୍ବାମୀ କାମ ପାଇଁ ଅନେକ ଅନେକ ଦିନ ବାହାରେ ରହିଥାଆନ୍ତି।  ଏହି ସମୟରେ ମହିଳା ଗାଁରେ ଥିବା ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଗତକାଲି ସେ ଉକ୍ତ ଯୁବକଙ୍କ ସହିତ ଫେରାର ହୋଇଯାଇଛନ୍ତି। ଘରେ ଛାଡ଼ି ଯାଇଥିବା ୭ଜଣ ପିଲା ମା’ଙ୍କୁ ନପାଇ ଭୋଭୋ ହୋଇ କାନ୍ଦୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe