ସାରା ରାତି ଦୁଇ ମୃତ ଶିଶୁ ପାଖରେ ବସି ରହିଥିଲା ମା’, ସକାଳ ହେବା ପରେ କହିଲା- ‘ମୁଁ ଦୁହିଁଙ୍କୁ ମାରି ‌ଦେଇଛି’

Advertisment
ସାରା ରାତି ଦୁଇ ମୃତ ଶିଶୁ ପାଖରେ ବସି ରହିଥିଲା ମା’, ସକାଳ ହେବା ପରେ କହିଲା- ‘ମୁଁ ଦୁହିଁଙ୍କୁ ମାରି ‌ଦେଇଛି’

ନୂଆଦିଲ୍ଲୀ: କଳିଯୁଗର ମା’ ନିଜର ଦୁଇଜଣ ଶିଶୁଙ୍କ ଗଳା ଦବାଇ ହତ୍ୟା କରିବା ପରେ ରାତିସାରା ସେମିତି ବସି ରହିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସକାଳ ହେବା ପରେ ସେ ଏହି ହତ୍ୟା ଘଟଣା ବିଷୟରେ ନିଜେ ସମସ୍ତଙ୍କୁ ଜଣାଇଥି‌ଲା। ଏହି ଖବର ପୁଲିସ ପାଖରେ ପହଞ୍ଚିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଶିଶୁଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହିତ ହତ୍ୟାକାରୀ ମା’କୁ ଗିରଫ ବି କରିଥିଲା।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶ ବାଗପତ ଜିଲ୍ଲାରେ ଘଟିଛି। ମୃତ ଶିଶୁଙ୍କ ବାପା ଗୁଲାବ କୁରେସି ବୁଲିବୁଲି ପୋଷାକ ବିକି ଥାଆନ୍ତି। ସେ ଘରେ ନ ଥିବା ବେଳେ ମା’ ଅଞ୍ଜୁମ ପାଞ୍ଚବର୍ଷର ପୁଅ ଓ ତିନିବର୍ଷର ଝିଅ ସହିତ ଘରେ ଏକା ଥିଲା। ବୁଧବାର ବିଳମ୍ବିତ ରାତିରେ ଅଞ୍ଜୁମ ଦୁଇ ପୁଅଝିଅଙ୍କ ଗଳା ଦବାଇ ହତ୍ୟା କରିଥିଲା। ଏହାପରେ ଗୁରୁବାର ସକାଳେ ଏହି ଘଟଣା ସମ୍ପର୍କରେ ନି‌ଜେ ସମସ୍ତଙ୍କୁ ଜଣାଇଥିଲା।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଗୁଲାବ କୁରେସି ଓ ଅଞ୍ଜୁମଙ୍କ ବିବାହ ୧୦ବର୍ଷ ପୂର୍ବେ ହୋଇଥିଲା। ତେବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନ ହେବ ବିବାଦ ଲାଗି ରହିଥିଲା। ଗତ ବୁଧବାର ଗୁଲାବ ରାଗି ଯାଇ ପୋଷାକ ବ୍ୟବସାୟ ଛାଡ଼ି ଫରିଦାବାଦ ଚାଲି ଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଅଞ୍ଜୁମ ଦୁଇ ସନ୍ତାନଙ୍କ ଗଳା ଦବାଇ ହତ୍ୟା କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe