ପ୍ରେମିକ ସହ କଥା ହେବାରେ ଅସୁବିଧା ହେବାରୁ ଝିଅକୁ ଛାତରୁ ତଳକୁ ଠେଲି ଦେଲା ମା’

ସ୍ବାମୀ ଘରେ ନଥିବା ବେଳେ ପ୍ରେମିକ ସହିତ ଛାତ ଉପ‌ରେ କଥା ହେଉଥିବା ସମୟରେ ହଇରାଣ କଲା ଛୁଅ। ରାଗରେ ଛାତରୁ ତଳକୁ ଠେଲି ଦେଲେ ମା’। ତଳେ ପଡ଼ି ଶିଶୁର ଉଡ଼ିଗଲା ପ୍ରାଣବାୟୁ।

ଢ଼ଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମିକା ସହିତ କଥା ହେଉଥିବା ବେଳେ ଶିଶୁ ହଇରାଣ କରିବାରୁ ସେ ତାକୁ ଛାତରୁ ତଳକୁ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ମା’କୁ ପୁଲିସ ଗିରଫ କରି ନେଇଛି।

ସୂଚନାଯୋଗ୍ୟ, ବରେଲିର ଥାନା ସିବିଗଞ୍ଜ ଅଞ୍ଚଳସ୍ଥ ପରସାଖେଡା ଅଞ୍ଚଳରେ ଥିବା ଏକ କରଖାନାରେ ବିଲଡର ଭାବେ କାମ କରୁଥିବା ମୁର୍ସିଦଙ୍କ ତିନୋଟି ସନ୍ତାନ ଅଛନ୍ତି। ବଡ଼ ପୁଅ ୫ବର୍ଷର ଥିବା ବେଳେ ଅଢ଼େଇ ବର୍ଷର ଜାଆଁଳା ଝିଅ ଓ ପୁଅ ରହିଛନ୍ତି।

ଅଭିଯୋଗ ହୋଇଛି କି ନଭେମ୍ବର ୨୧ ତାରିଖ ଦ୍ବିପହର ସମୟରେ ମୁର୍ସିଦ କାମ ପାଇଁ ଫ୍ୟାକ୍ଟ୍ରିକୁ ଯାଇଥିଲେ। ଏହି ସମୟରେ ମୁର୍ସିଦଙ୍କ ସ୍ତ୍ରୀ ଅନମ ଅଢ଼େଇ ବର୍ଷର ଝିଅକୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ।  ଏହାପରେ ଅନମ ସ୍ବାମୀଙ୍କୁ ଫୋନ କରି ଝିଅ ଛାତରୁ ତଳକୁ ପଡ଼ିଯାଇ ଆହାତ ହୋଇଥିବା ସୂଚନା ଦେଇଥିଲେ।  

ସୂଚନା ପାଇବା ପରେ ମୁର୍ସିଦ ଘରେ ପହଞ୍ଚି ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ଡାକ୍ତର ଶିଶୁକନ୍ୟାଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ପରିବାରଲୋକ ଶିଶୁର ଅନ୍ତିମ ସଂସ୍କାର କରି ଦେଇଥିଲେ। 

ଝିଅର ଅନ୍ତିମ ସଂସ୍କାର ପରଦିନ ହିଁ ଅନମ ତାଙ୍କ ବାପ ଘରକୁ ଚାଲିଯାଇଥିଲେ। ଏହାକୁ ନେଇ ସ୍ବାମୀ ମୁର୍ସିଦଙ୍କୁ ସନ୍ଦେହ ହୋଇଥିଲା। ସେ ସଙ୍ଗେସଙ୍ଗେ ପଡ଼ିଶାଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏଥିରୁ ସେ ଯାହା ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ। କାରଣ ସିସିଟିଭି ଫୁଟେଜରେ ଅନମ ଛାତ ଉପରେ କଥା ହେଉଥିବା ବେଳେ ଶିଶୁକନ୍ୟାକୁ ତଳକୁ ଫିଙ୍ଗି ଦେଉଥିବା ସେ ଦେଖିବାକୁ ପାଇଥିଲେ। 

ଏସବୁ ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ପାରି ନଥିଲେ ମୁର୍ସିଦ। ସଙ୍ଗେସଙ୍ଗେ ଥାନାକୁ ଯାଇ ସ୍ତ୍ରୀ ଅନମ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ ଆରମ୍ଭ କରି ଅନମଙ୍କୁ ଗିରଫ କରିଛି।

ଗିରଫ ପରେ ଅନମ ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ ଝିଅ ସବୁବେଳେ ହଇରାଣ କରୁଥିଲା। ମୁଁ ଛାତ ଉପରକୁ ଯାଇଥିବା ବେଳେ ସେ ଜିଦ କରିଥିଲା। ତେଣୁ ମୁଁ ରାଗରେ ତାକୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲି।’

ପଡ଼ିଶାଲୋକ ଅନମ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ମୁର୍ସିଦ ଅନମଙ୍କୁ ଖୁବ ଭଲପାଆନ୍ତି। ତଥାପି ଅନମ ଅନ୍ୟ ଜଣେ ପୁରୁଷଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସବୁବେଳେ ଛାତ ଉପରେ ସେ ତାଙ୍କ ପ୍ରେମିକା ସହ କଥା ହୁଅନ୍ତୁ। ଏହି ସମୟରେ ତାଙ୍କୁ କିଏ ଡାକିଦେଲେ ସେ ଖୁବ ରାଗି ଯାଇଥାଆନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe