Advertisment

ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା, ପୁଲିସକୁ ଲୁଟ୍ ବେଳେ ଦୁର୍ବୃତ୍ତ ହତ୍ୟା କରିଥିବା କହିଲା ସ୍ବାମୀ

Advertisment
ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା, ପୁଲିସକୁ ଲୁଟ୍ ବେଳେ ଦୁର୍ବୃତ୍ତ ହତ୍ୟା କରିଥିବା କହିଲା ସ୍ବାମୀ

ଜବଲପୁର: ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀକୁ ହତ୍ୟା କଲା। ପୁଲିସକୁ ଲୁଟ୍ ବେଳେ ଦୁର୍ବୃତ୍ତ ହତ୍ୟା କରିଥିବା କହିଲା ସ୍ବାମୀ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏଭଳି ଅମାନୁଷିକ ଘଟଣା। ଜଣେ ବ୍ୟକ୍ତି ନିଜ ପତ୍ନୀର ଗଳା କାଟି ହତ୍ୟା କରିବା ସହ ପୁଲିସକୁ କହିଥିଲା ଯେ ଡକାୟତି ସମୟରେ ଦୁର୍ବୃତ୍ତମାନେ ପତ୍ନୀଙ୍କ ଗଳା କାଟିଦେଇଥିଲେ, ଯାହା ଦ୍ବାରା ତାଙ୍କର ମୃତ୍ୟୁ ହେଲା। ହେଲେ ପରେ ସନ୍ଦେହ ହେବାରୁ ତଦନ୍ତ କରି ପ୍ରକୃତ ସତ ବାହାରକୁ ଆଣିଥିଲା ପୁଲିସ। ସତ ସାମ୍ନାକୁ ଆସିବା ପରେ ଏବେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

ଜବଲପୁର ପୁଲିସ ଅଧୀକ୍ଷକ ଆଦିତ୍ୟ ପ୍ରତାପ ସିଂ କହିଛନ୍ତି ଯେ, ଅଭିଯୁକ୍ତ ଶୁଭମ୍ ଚୌଧୁରୀ (୨୬) ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା, ଯାହାକୁ ତାଙ୍କ ପତ୍ନୀ ରେଶମା (୨୫) ବିରୋଧ କରୁଥିଲେ। ଏହା ତାଙ୍କ ହତ୍ୟାର କାରଣ ପାଲଟିଲା। ହତ୍ୟା ପରେ ଶୁଭମ୍ ପୁଲିସକୁ କହିଥିଲା ଯେ ଗତ ଶନିବାର ରାତିରେ ସେ ତାଙ୍କ ପତ୍ନୀଙ୍କ ସହ କାର୍ ଯୋଗେ ଯାଉଥିବାବେଳେ ମାଢ଼ୋତାଲ୍ ଅଞ୍ଚଳରେ ବାଇକରେ ଆସି ଡକାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ଡକାୟତମାନେ ରେଶମାଙ୍କ ପର୍ସ ଏବଂ ଅଳଙ୍କାର ଛଡ଼ାଇବାକୁ ଚେଷ୍ଟା କରିଥିଲେ, ଯାହାକୁ ବିରୋଧ କରିଥିଲେ ରେଶମା। ଏହି ସମୟରେ ଡକାୟତମା‌ନେ ତାଙ୍କ ଗଳା କାଟି ଦେଇଥିଲେ।

ଶୁଭମ ଏଭଳି ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ହେଲେ ସେଭଳି କୌଣସି ଘଟଣା ଘଟିନଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକ ମଧ୍ୟ କିଛି ଜାଣିନଥିବା କହିଥିଲେ। ଏହାପରେ ଶୁଭମକୁ ପୁଲିସ ଷ୍ଟେସନରେ ବସାଇ ପଚରାଉଚରା କରାଯିବାରୁ ସେ ନିଜର ଅପରାଧ ସ୍ବୀକାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe