ଶବଗୃହରେ ପହଞ୍ଚି ତାନ୍ତ୍ରିକ କହିଲେ, ‘ଶବ ବାହାର କର, ମୁଁ ଜୀବିତ କରିଦେବି’

Advertisment
ଶବଗୃହରେ ପହଞ୍ଚି ତାନ୍ତ୍ରିକ କହିଲେ, ‘ଶବ ବାହାର କର, ମୁଁ ଜୀବିତ କରିଦେବି’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲା ହସ୍ପିଟାଲରେ ଜଣେ ତାନ୍ତ୍ରିକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ପଲିଟେକନିକ କଲେଜରେ ପାଠପଢ଼ୁଥିବା ସୋନୁ ଆଦିବାସୀ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଏହାପରେ ସୋନୁଙ୍କ ମୃତଦେହକୁ ଜିଲ୍ଲା ହସ୍ପିଟାଲର ଶବଗୃହରେ ରଖାଯାଇଥିଲା। କିଛି ସମୟ ପରେ ଶବଗୃହ ନିକଟରେ ଜଣେ ତାନ୍ତ୍ରିକ ବାବା ପହଞ୍ଚି ସୋନୁଙ୍କ ମୃତଦେହକୁ ବାହାରକୁ ବାହାର କରିବା ପାଇଁ ଜିଦ କରିଥିଲେ।

ସୋନୁଙ୍କ ପରିବାର ସହିତ ଶବଗୃହରେ ପହଞ୍ଚିଥିବା ତାନ୍ତ୍ରିକ ବାବା ଦାବି କରି କହୁଥିଲେ କି, ତାଙ୍କ ପାଖରେ ମାତ୍ର କିଛି ସମୟ ଅଛି। ଏହି ସମୟ ଭିତରେ ଯଦି ଶବଗୃହରୁ ସୋନୁଙ୍କ ମୃତଦେହକୁ ବାହାର କରାଯାଏ , ତେବେ ସେ ତାଙ୍କୁ ଜୀବିତ କରିଦେବେ। ମୃତ ସୋନୁଙ୍କ ପରିବାରଲୋକ ବି ବାବାଙ୍କ କଥାକୁ ବିଶ୍ବାସ କରି  ପୁଲିସ ଓ ହସ୍ପିଟାଲ କର୍ମଚାରୀଙ୍କୁ ଶବଗୃହରୁ ସୋନୁଙ୍କ ମୃତଦେହ ବାହାର କରିବାକୁ ଦାବି କରିଥିଲେ।

ତେବେ ବହୁ ଚେଷ୍ଟା ପରେ ବି ବାବାଙ୍କ କଥା କେହି ନଶୁଣିବାରୁ ସେ ଶବଗୃହର କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥ‌ଳରେ ପହଞ୍ଚି ତାନ୍ତ୍ରିକ ବାବାଙ୍କ ଦାବି ଅନୁସାରେ ସୋନୁଙ୍କ ଶବକୁ ବାହାର କରାଯାଇଥିଲା।

ଶବକୁ ଦେଖି ବାବା କିଛି ତାଙ୍କ ମନ୍ତ୍ର ପଢ଼ିଥିଲେ। କିଛି ସମୟ ସେଠାରେ ରହିବା ପରେ ଆଉ କିଛି ହୋଇ ପାରିବ ନାହିଁ ବୋଲି କହି ତାନ୍ତ୍ରିକ ସେଠାରୁ ଚାଲି ଯାଇଥିଲେ। ଏହାପରେ ସୋନୁଙ୍କ ମୃତଦେହକୁ ପୁଣି ଶବଗୃହରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe