୭୦ଟଙ୍କା ଚୋରି କରିଥିବା ସନ୍ଦେହରେ ୨ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହିଲେ ଶିକ୍ଷୟିତ୍ରୀ

Advertisment
୭୦ଟଙ୍କା ଚୋରି କରିଥିବା ସନ୍ଦେହରେ ୨ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ କହିଲେ ଶିକ୍ଷୟିତ୍ରୀ

ଭୋପାଲ: ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାରେ ଏକ ଲଜ୍ଜ୍ୟନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଶିକ୍ଷୟିତ୍ରୀ ସ୍କୁଲ ପରିସରରେ ଦୁଇଜଣ ଛାତ୍ରୀଙ୍କ ଉପରେ ଚୋରି ଅଭିଯୋଗ ଲଗାଇବା ସହ ସେମାନଙ୍କୁ ପୋଷାକ ଓହ୍ଲାଇବାକୁ ବାଧ୍ୟ କରିଥିଲେ।

ଜଣେ ପୀଡିତାଙ୍କ କହିବାନୁସାରେ, ଭୋପାଲରୁ ୨୫୦କିମି ଦୂର ଦାମୋହସ୍ଥିତ ଏକ ସରକାରୀ ସ୍କୁଲର ମୁଁ ପାଠ ପଢ଼େ। ତେବେ ଆମେ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ପିଲାର ୭୦ଟଙ୍କା ଚୋରି ହୋଇଥିଲା। ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ମୋତେ ଓ ମୋର ଜଣେ ସାଙ୍ଗକୁ ସନ୍ଦେହ କରିଥିଲେ। ଶିକ୍ଷୟିତ୍ରୀ ଜ୍ୟୋତି ଗୁପ୍ତା ଆମ ଦୁହିଁଙ୍କ ବ୍ୟାଗର ତଲାସି ମଧ୍ୟ ନେଇଥିଲେ। କିଛି ନପାଇବାରୁ ଆମକୁ ଚୋରି କରିଛ ବୋଲି ମାନିବାକୁ କହିଥିଲେ। ଆମେ ଚୋରି କରି ନାହୁଁ, କାହିଁକି ମାନିବୁ ବୋଲି କହିବାକୁ ସେ ସମସ୍ତ ସମ୍ମୁଖରେ ପୋଷାକ ଓହ୍ଲାଇବାକୁ କହିଥିଲେ।

publive-image

ଏହି ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ଖେଲି ଯାଇଛି। ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ପିପି ସିଂହଙ୍କ କହିବାନୁସରାରେ, ଏହି ଘଟଣା ବହୁ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଏଭଳି ଘଟଣା ପଛରେ ସ୍କୁଲ ପ୍ରିନ୍ସପାଲ ଦାୟୀ ବୋଲି କହିବା ସହିତ ଜ୍ୟୋତି ଗୁପ୍ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ଏଥିସହିତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe