ଅର୍ଥ ରୋଜଗାର ଲାଗି ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବକ, ଗିରଫ କଲା ପୁଲିସ

Advertisment
ଅର୍ଥ ରୋଜଗାର ଲାଗି ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବକ, ଗିରଫ କଲା ପୁଲିସ

The Economic Times

ଭୋପାଳ: ବିଭିନ୍ନ ଆପରେ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାରୁ ଜଣେ ୨୪ବର୍ଷିୟ ଯୁବକକୁ ଗିରଫ କରିଛି ପୁଲିସ | ଯୁବକଙ୍କୁ ମଧ୍ୟପ୍ରଦେଶର ବିଦିଶାରୁ ପୁଲିସ ଗିରଫ କରିଥିବା ବେଳେ ଅଭିଯୁକ୍ତ ଲାଇଭ କରି ଟଙ୍କା ଆୟ କରୁଥିବା କଥା ସାମ୍ନାକୁ ଆସିଛି | ଅଭିଯୁକ୍ତଙ୍କ ଦ୍ଵିତୀୟ ପତ୍ନୀ ପୁଲିସରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି | ଅନିଚ୍ଛା ସତ୍ୱେ ଦର୍ଶକଙ୍କୁ ସେମାନଙ୍କର ଅନ୍ତରଙ୍ଗ ମୂହୁର୍ତ୍ତ ଦେଖାଇବା ସହ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତା, ଯାହା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି |

Employees of Odisha hotel record obscene video of girl, blackmail her for ransom | India News – India TV India TV News

ପୁଲିସର କହିବା ମୁତାବକ, ଅଭିଯୁକ୍ତ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ ମଧ୍ୟ ସାଇବର ଜଗତ ବିଷୟରେ ତା'ର ଅଧିକ ଜ୍ଞାନ ରହିଥିଲା, ଯାହାକୁ ବ୍ୟବହାର କରି ସେ ଟଙ୍କା ଆୟ କରିବ ବୋଲି ଭାବିଥିଲା | ପ୍ରଥମ ପତ୍ନୀଙ୍କ ସହ ସୋସିଆଲ ମିଡିଆରେ ଦେଖାହୋଇ ବିବାହ କରିବା ପରେ ଏବେ ସେ ୭ମାସର ଗର୍ଭବତୀ ଅଛନ୍ତି | ଦ୍ଵିତୀୟ ପତ୍ନୀ  ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଉଥିଲେ | ତାଙ୍କୁ ବିବାହ କରିବା ପାଇଁ ଅଭିଯୁକ୍ତ ଭକ୍ତ ହୋଇ ଆଧ୍ୟାତ୍ମିକ ଗୁରୁ ପାଖରେ ପହଞ୍ଚିଥିଲେ | ସେଠାରେ ଦୁହିଁଙ୍କ ଦେଖା ହେବା ପରେ ଦୁହେଁ ବିବାହ କରିଥିଲେ | ୨ଟି ବିବାହ ପରେ ଅଭିଯୁକ୍ତ ଲାଇଭ କରି ୨ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଆରମ୍ଭ କରିଥିଲା | ପ୍ରଥମ ପତ୍ନୀ ଏହାକୁ ସମର୍ଥନ କରୁଥିବା ବେଳେ ଦ୍ଵିତୀୟ ପତ୍ନୀ ଏହାକୁ ବିରୋଧ କରୁଥିଲେ | ଅଭିଯୁକ୍ତ ବିଭିନ୍ନ ଆପ ଜରିଆରେ ଲାଇଭ କରି ଦିନକୁ ୩ରୁ ୪,୦୦୦ଟଙ୍କା ଆୟ କରୁଥିଲା | ଏଭଳି ଲାଇଭ କରି ଅଭିଯୁକ୍ତ ୬ଲକ୍ଷ ଟଙ୍କା ଆୟ କରିସାରିଥିଲା | କିନ୍ତୁ ବାରମ୍ବାର ଏଭଳି ହେବା ପରେ ଶେଷରେ ଅଭିଯୁକ୍ତଙ୍କ ଦ୍ଵିତୀୟ ପତ୍ନୀ ପୁଲିସରେ ଅଭିଯୋଗ କରିଥିଲେ, ଯାହା ପରେ ତାକୁ ଗିରଫ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe