ଅନ୍ୟ ମହିଳା ସହ ସଂପର୍କ ରଖିଥିବା କଥା ପଚାରିବାରୁ ବର୍ବର କାଣ୍ଡ କଲା ସ୍ୱାମୀ

Advertisment
ଅନ୍ୟ ମହିଳା ସହ ସଂପର୍କ ରଖିଥିବା କଥା ପଚାରିବାରୁ ବର୍ବର କାଣ୍ଡ କଲା ସ୍ୱାମୀ

Sadhguru

ଇନ୍ଦୋର : ଉତ୍ତରପ୍ରଦେଶର ଇନ୍ଦୋରରେ ଘଟିଛି ଏକ ଅଭାବନୀୟ ଘଟଣା । ଅନୈତିକ ସଂପର୍କ ବିଷୟରେ ଜାଣି ସ୍ୱାମୀକୁ ପ୍ରଶ୍ନ କରିବାରୁ ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ଯେଉଁ ଦଣ୍ଡ ଦେଇଥିଲା, ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ୨ବର୍ଷ ତଳେ ଏହି ଘଟଣା ଘଟିଥିବା ବେଳେ ରବିବାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

publive-image IOL

ମିଳିଥିବା ସୂଚନା ମୁତାବକ, ୨ବର୍ଷ ତଳେ ସ୍ୱାମୀର ସଂପର୍କ ଅନ୍ୟ ଜଣେ ମହିଳାଙ୍କ ସହ ଥିବା ଜାଣି ପୀଡ଼ିତା ନିଜ ସ୍ୱାମୀଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ । ଯାହା ପାଇଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ବାଇକ୍‌ର ପ୍ଲାଷ୍ଟିକ୍‌ ହ୍ୟାଣ୍ଡେଲ ଭର୍ତ୍ତି କରି ଦେଇଥିଲେ । ପ୍ରଥମେ ଏ ନେଇ ପୀଡ଼ିତା କାହାକୁ ଜଣାଇ ନଥିବା ବେଳେ ଅସହ୍ୟ ଯନ୍ତ୍ରଣା ହେବା ପରେ ସେ ଡ଼ାକ୍ତରଙ୍କୁ ଦେଖାଇଥିଲେ । ଯାଞ୍ଚ ପରେ ପ୍ଲାଷ୍ଟିକ୍‌ ହ୍ୟାଣ୍ଡେଲ ଅଧିକ ଦିନ ପର୍ଯ୍ୟନ୍ତ ଭିତରେ ରହିବାରୁ ପୀଡ଼ିତାଙ୍କ ଗର୍ଭାଶୟ ଗଭୀର ପ୍ରଭାବିତ ହୋଇଥିବା ଜଣା ପଡ଼ିଥିଲା । ରିପୋର୍ଟ ସାମ୍ନାକୁ ଆସିବା ପରେ ତୁରନ୍ତ ପୀଡ଼ିତାଙ୍କ ଅସ୍ତ୍ରୋପଚାର କରାଯାଇ ପ୍ଲାଷ୍ଟିକ୍‌ ହ୍ୟାଣ୍ଡେଲକୁ ବାହାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe