ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଗଳା କାଟି ହତ୍ୟା କଲା ପଡ଼ୋଶୀ

Advertisment
ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଗଳା କାଟି ହତ୍ୟା କଲା ପଡ଼ୋଶୀ

timesnownews.com

ମୁମ୍ବାଇ : ମୁମ୍ବାଇରେ ଜଣେ ୨୨ବର୍ଷୀୟ ଯୁବକ ୧୯ବର୍ଷୀୟା ଯୁବତୀ ସହ ଶାରୀରିକ ସଂପର୍କ ରଖିବା ପାଇଁ ଉଦ୍ୟମ କରିବା ଓ ପରେ ବିଫଳ ହେବାରୁ ହତ୍ୟା କରିବା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତଜଣଙ୍କ ମିଛ କହି ପୀଡ଼ିତାଙ୍କ ଘରେ ପଶିବା ସହ ଦୁଷ୍କର୍ମର ଉଦ୍ୟମ କରିଥିଲେ। କିନ୍ତୁ ପୀଡ଼ିତା ଏ ନେଇ ବିରୋଧ କରିବାକୁ ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କ ଗଳା କାଟି ହତ୍ୟା କରିଥିବା ଜଣା ପଡ଼ିଛି। ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ନେଇଛି ପୁଲିସ।

Image result for mumbai-19-year-old-woman-refuses-to-have-sex-strangulated-to-death Times of India

ସୂଚନା ମୁତାବକ, ମଙ୍ଗଳବାର ପୀଡ଼ିତାଙ୍କ ମା’ ଘରେ ନଥିବା ବେଳେ ଅଭିଯୁକ୍ତ ଘରର କବାଟ ବାଡ଼ାଇଥିଲା। ପୀଡ଼ିତା କବାଟ ଖୋଲିବା ପରେ ଅଭିଯୁକ୍ତ ଗୁଣ୍ଡୁଚି ମୂଷା ଘରେ ପଶି ଯାଇଥିବା ନେଇ କହିଥିଲେ। ଯାହା ପରେ ପୀଡ଼ିତା ଅଭିଯୁକ୍ତକୁ ଭିତରକୁ ଆସିବା ପାଇଁ ଦେଇଥିଲେ। ଭିତରକୁ ଯିବା ପରେ ଅଭିଯୁକ୍ତ କବାଟ ବନ୍ଦ କରିଦେବା ସହ ପୀଡ଼ିତାଙ୍କୁ ଜାବୁଡ଼ି ଧରି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୀଡ଼ିତା ତାଙ୍କର ସବୁ ଚେଷ୍ଟାକୁ ବିଫଳ କରି ଚିତ୍କାର କରିବାକୁ ଲାଗିଥିଲେ। କେହି ଆସିଯିବା ଡ଼ରରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଚୁପ୍ କରାଇବାକୁ ଯାଇ ପରିବା କଟା ଛୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପୀଡ଼ିତାଙ୍କ ମୃତ୍ୟୁ ହେବା ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବା ପରେ ରାତିରେ ପୀଡ଼ିତାଙ୍କ ମା’ ଘରକୁ ଫେରିବା ପରେ ଘଟଣାଟି ବାହାରକୁ ଆସିଥିଲା। ଏ ନେଇ ଅଭିଯୋଗ କରାଯିବା ପରେ ସିସିଟିଭି ଆଧାରରେ ପୁଲିସ ଅଭିଯୁକ୍ତକୁ ମଙ୍ଗରବାର ରାତିରେ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe