ଫେସବୁକରେ ଲାଇଭ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରୁଥିବା ଯୁବକ ଏପରି ଉଦ୍ଧାର ହେଲେ

Advertisment
ଫେସବୁକରେ ଲାଇଭ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରୁଥିବା ଯୁବକ ଏପରି ଉଦ୍ଧାର ହେଲେ

ନୂଆଦିଲ୍ଲୀ: ଫେସବୁକରେ ଲାଇଭ ଷ୍ଟ୍ରିମିଂ କରି ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବା ଆୟରଲ୍ୟାଣ୍ଡରେ ଥିବା ଫେସବୁକ୍ ମୁଖ୍ୟାଳୟ ମୁମ୍ବାଇ ପୁଲିସକୁ ଖବର ଦେଇଥି‌ଲେ। ଏହି ଖବର ପାଇବା ପରେ ମୁମ୍ବାଇ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ୨୩ ବର୍ଷୀୟ ଦୀନେଶ୍ୱର ପାଟିଲ ଫେସବୁକରେ ଲାଇଭ୍ ଷ୍ଟ୍ରିମିଂ କରିବା ସହିତ ଆତ୍ମହତ୍ୟା କରିବାକୁ ଯାଉଥିଲେ। ଏହାର ସୂଚନା ଆୟରଲ୍ୟାଣ୍ଡରେ ଥିବା ଫେସବୁକ୍ ମୁଖ୍ୟାଳୟ ପାଇବା ପରେ ତୁରନ୍ତ ମୁମ୍ବାଇ ପୁଲିସକୁ ଦେଇଥିଲେ। ମୁମ୍ବାଇ ପୁଲିସ ଏହି ସୂଚନା ପାଇବା ପରେ ୫୦ ମିନିଟ୍ ମଧ୍ୟରେ ପୁଲିସ ଟିମ୍ ପାଟିଲଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ପାଟିଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

लाइव स्ट्रीमिंग के साथ सुसाइड कर रहा था शख्स, फेसबुक हेडक्वार्टर के अलर्ट करने पर 50 मिनट में बची जान

ରବିବାର ରାତି ୮.୧୦ ସମୟରେ ମୁମ୍ବାଇ ସାଇବର ପୁଲିସ ଡିସିପି ରଶ୍ମି କରାନ୍ଦିକରଙ୍କୁ ଆୟରଲ୍ୟାଣ୍ଡ ଫେସବୁକ୍ ମୁଖ୍ୟାଳୟରୁ ଏକ କଲ ଆସିଥିଲା। ଯେଉଁଥରେ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ଏବଂ ଏହାକୁ ସେ ଫେସବୁକରେ ଷ୍ଟ୍ରିମିଂ କରୁଛନ୍ତି ବୋଲି କୁହାଯାଇଥିଲା। ଫେସବୁକ୍ ମୁଖ୍ୟାଳୟ ଏହାର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲା। ଏଥିରେ ପାଟିଲ ବହୁତ ଜୋରରେ କାନ୍ଦୁଥିବା ବେଳେ ବେକରେ ବ୍ଲେଡ ଲଗାଇଥିବା ବି ଦେଖିବାକୁ ମିଳିଥିଲା।

ମୁମ୍ବାଇର ସାଇବର ପୁଲିସ ଅଧିକାରୀମାନେ ଏହାକୁ ଗୁରୁତର ସହ ନେଇ ଯୁବକ ରହୁଥିବା ସ୍ଥାନ ଖୋଜିବା ଆରମ୍ଭ କରିଥିଲେ। ପୁରା ସାଇବର ଟିମ୍ ପାଟିଲ ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଥିଲେ। ୨୦ ମିନିଟ୍ ମଧ୍ୟରେ ଦଳ ପାଟିଲଙ୍କ ପିନ୍-ପଏଣ୍ଟ୍ ଲୋକେସନ ପାଇଯାଇଥିଲେ। ଅଧିକାରୀମାନେ ରାତି ୯ ଟାରେ ପାଟିଲଙ୍କ ଘରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ପାଟିଲଙ୍କ ବେକରୁ ରକ୍ତ ବାହାରୁଥିଲା, ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଏବେ ‌ସେ ବିପଦ ମୁକ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe