ରେଲୱେ ଷ୍ଟେସନର ଶୌଚାଳୟରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ଯୁବତୀ

Advertisment

ମହାରାଷ୍ଟ୍ରରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ରେଲୱେ ଷ୍ଟେସନର ଶୌଚାଳୟରେ ଗୁରୁବାର ଦ୍ବିପହର ସମୟରେ ଜଣେ ଯୁବତୀ ହାତର ଶିରାକାଟି ଜୀବନ ହାରିବାକୁ କରିଥିଲେ ଉଦ୍ୟମ।

ମହାରାଷ୍ଟ୍ରରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ରେଲୱେ ଷ୍ଟେସନର ଶୌଚାଳୟରେ ଗୁରୁବାର ଦ୍ବିପହର ସମୟରେ ଜଣେ ଯୁବତୀ ହାତର ଶିରାକାଟି ଜୀବନ ହାରିବାକୁ କରିଥିଲେ ଉଦ୍ୟମ।

ୀିତୀତି

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ରେଲୱେ ଷ୍ଟେସନର ଶୌଚାଳୟରେ ଗୁରୁବାର ଦ୍ବିପହର ସମୟରେ ଜଣେ ଯୁବତୀ ହାତର ଶିରାକାଟି ଦେଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ସ୍ଥାନରେ ଆଇଆମ ସରି ବୋଲି ଲେଖାଥିଲା ପୁଲିସ ଦେଖିବାକୁ ପାଇଥିଲା।   

ସଙ୍ଗେସଙ୍ଗେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚିକିତ୍ସା ପରେ ଯୁବତୀ ଜଣକ ବିପଦମୁକ୍ତ ଅଛନ୍ତି। କିନ୍ତୁ ଏଯାବତ ତାଙ୍କର କୌଣସି ବୟାନ ‌ରେକର୍ଡ ପାଇଁ ଡାକ୍ତର ପୁଲିସକୁ ଅନୁମତି ଦେଇ ନାହାନ୍ତି। ଗୁରୁତର ଯୁବତୀଙ୍କ ବୟସ ୨୦ରୁ ୨୭ବର୍ଷ ମଧ୍ୟରେ ଥିବା ବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳି ପାରି ନଥିଲା। ଯୁବତୀ ଜଣକ କିଏ ସେ କାହିଁକି ଜୀବନ ହାରିବାକୁ ଉଦ୍ୟମ କରିଥିଲେ ତାହାର ଯାଞ୍ଚ କରୁଛି ପୁଲିସ। ସେ କାହା ଉଦ୍ଦେଶ୍ୟରେ ବା କାହାକୁ କ୍ଷମା କରିଦେବ ବୋଲି ଲେଖିଛନ୍ତି ପୁଲିସ ସେ ଦିଗରେ କଡ଼ା ଯାଞ୍ଚ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe