ଶାରୀରିକ ସଂପର୍କ ନରଖିଲେ ଆପତ୍ତିଜନକ ଫଟୋକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେବା ଧମକ ଦେଲା ଫେସ୍‌ବୁକ୍‌ ସାଙ୍ଗ

Advertisment
ଧାର୍ମିକ ଲେଖାକୁ ନେଇ ବିବାଦ; ଜଣେ ଗିରଫ

indiatoday

ମୁମ୍ବାଇ: ଅଶ୍ଳୀଳ ଫଟୋ, ଭିଡିଓ ସୋସିଆଲ୍‌ ମିଡିଆରେ ପୋ‌ଷ୍ଟ୍‌ କରିଦେବା ଧମକ ଦେଇ ଅପରାଧୀମାନେ ଦିନକୁ ଦିନ ଅପରାଧର ସୀମା ଲଂଘି ଲଂଘି ଯାଉଛନ୍ତିି। ନିକଟରେ ମୁମ୍ବାଇର ଜଣେ ଯୁବକ ଜଣେ ଯୁବତୀଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ଏପରି ବ୍ଲାକ୍‌ମେଲ୍‌ କରିଥିବା ଦେଖିବାକୁ ମିଳିଛି। ଯୁବତୀ ଜଣକ ଯଦି ତାଙ୍କ ସହ ଭଲରେ ଶାରୀରିକ ସଂପର୍କ ନରଖନ୍ତି ତେବେ ସେ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିବା ସହ ତାଙ୍କ ସଂପର୍କୀୟଙ୍କ ନିକଟକୁ ବି ପଠାଇ ଦେବେ ବୋଲି ଯୁବକ ଜଣକ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ମୁମ୍ବାଇର ଧରାଭୀ ପୁଲିସ୍‌ ଯୁବକଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ୩୦ ବର୍ଷୀୟ ଶ୍ରୀରଙ୍ଗ ସିନ୍ଧେ। ଅଭିଯୁକ୍ତ ଜଣକ ଯୁବତୀଙ୍କ ନାମରେ ଏକ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲି ତାଙ୍କର ଏକ ଆପତ୍ତିଜନକ ଫଟୋ ପୋଷ୍ଟ୍‌ କରିଥିଲେ।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ପୀଡ଼ିତା ଓ ଅଭିଯୁକ୍ତ ଦୁହେଁ ଦୁହିଁଙ୍କୁ ଫେସ୍‌ବୁକ୍‌ରୁ ଜାଣନ୍ତି। ସେଠାରେ ସେମାନେ ଫୋନ୍‌ ନମ୍ବର ଦିଆନିଆ ହୋଇ କଥା ଆରମ୍ଭ କରିଥିଲେ। ପୀଡ଼ିତା ଜଣକ ବିବାହିତା ଓ ସେ ତାଙ୍କ ବୈବାହିକ ଜୀବନର କିଛି ସମସ୍ୟା ବି ଅଭିଯୁକ୍ତଙ୍କ ଆଗରେ କହିଥିବା ସୂଚନା ରହିଛି।

ଏ ସଂପର୍କରେ ପୁଲିସ୍‌ ସୂଚନା ଦେଇ କହିଛି ଯେ ଦୀର୍ଘ ଦିନ ଧରି ଫୋନ୍‌ ଯୋଗାଯୋଗରେ ରହିବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲା। ମାତ୍ର ପୀଡ଼ିତା ମନା କରିବାରୁ ସେ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe