ବାପଘର ଯିବାକୁ କହି ପ୍ରେମିକ ପାଖକୁ ଗଲା ସ୍ତ୍ରୀ, ଜାଣିବା ପରେ ସ୍ବାମୀ କଲା ଏଭଳି କାମ

Advertisment
ବାପଘର ଯିବାକୁ କହି ପ୍ରେମିକ ପାଖକୁ ଗଲା ସ୍ତ୍ରୀ, ଜାଣିବା ପରେ ସ୍ବାମୀ କଲା ଏଭଳି କାମ

Free Press Journal

ମୁମ୍ବାଇ: ମୁମ୍ବାଇରେ ସ୍ତ୍ରୀର ଅସଲ ଚେହେରା ସ୍ବାମୀ ସାମ୍ନାକୁ ଆସିଛି। ସବୁ ଦିନ ମିଛ ‌କହି ପ୍ରେମିକକୁ ‌ଦେଖା କରିବାକୁ ଯାଉଥିବା ସ୍ତ୍ରୀର ଅସଲ ଚେହେରା ଦେଖି ସ୍ବାମୀ ଯେଉଁ କାମ କରିଛି, ସେ ନେଇ ତାକୁ ଜେଲ ଯିବାକୁ ପଡ଼ିଛି। ସ୍ତ୍ରୀ ବିଷୟରେ ଜାଣି ସ୍ବାମୀ ନିଜର ଜଣେ ସାଙ୍ଗ ସହ ସ୍ତ୍ରୀ ପ୍ରେମିକ ଘରକୁ ଯିବା ଓ ସେଠାରେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରିଛି ପୁଲିସ।

ପୁଲିସର କହିବା ମୁତାବକ, ଘଟଣା ଦିନ ଅଭିଯୁକ୍ତର ସ୍ତ୍ରୀ ବାପଘରକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ହେଲେ ଘରୁ ବାହାରିଯିବା ପ‌ରେ ସେ ଅଭିଯୁକ୍ତଙ୍କ ଫୋନ ଉଠାଇ ନଥିଲେ। ଯାହା ପରେ ଅଭିଯୁକ୍ତ ସ୍ବାମୀ ନିଜ ଶାଶୂ-ଶଶୁରଙ୍କୁ ଫୋନ କରି ନିଜ ପତ୍ନୀ ସେଠାକୁ ଯାଇଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ। ଶାଶୂ-ଶଶୁର ମନା କରିବା ପରେ ଅଭିଯୁକ୍ତ ସ୍ବାମୀ ପୁଲିସ ଷ୍ଟେସନ ଯାଇ ନିଖୋଜର ଅଭିଯୋଗ ଲେଖାଇଥିଲେ।

Image result for mumbai-man-beats-up-wife-her-lover-after-catching-them-red-handed The Times of India

ଏହା ପରେ ପୁଲିସ ମହିଳାଙ୍କ ଫୋନର ଲୋକେସନକୁ ଟ୍ରାକ୍ କରିଥିଲା। ଟ୍ରାକ୍ ପରେ ମହିଳା ଠାକୁର ଗାଁରେ ଥିବା ଜଣା ପଡ଼ିଥିଲା। ଏହା ସହ ମହିଳାଜଣଙ୍କ ଅନ୍ୟ ପୁରୁଷ ସହ ଥିବା ଜାଣି ତାଙ୍କ ସ୍ବାମୀ ନିଜର ଜଣେ ବନ୍ଧୁଙ୍କୁ ଡ଼ାକି ଠାକୁର ଗାଁରେ ପହଞ୍ଚିଥିଲେ। ସେଠାରେ ଦୁହେଁ ମହିଳା ଓ ତାଙ୍କ ପ୍ରେମିକଙ୍କୁ ନିସ୍ତୁକ ପିଟିଥିଲେ। ଯାହା ଦ୍ବାରା ପ୍ରେମିକର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।। ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ବନ୍ଧୁଙ୍କୁ ଗିରଫ କରିଥିଲା ପୁଲିସ। ଏବେ ଦୁହିଁଙ୍କୁ ଜାମିନ୍ ମିଳି ଯାଇଥିବା ବେଳେ ମହିଳା ନିଜ ସ୍ବାମୀଙ୍କ ସହ ରହିବାକୁ ସଫା ସଫା ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe