ମୁମ୍ବାଇ: ମୁମ୍ବାଇର ମୀରା ରୋଡ୍ରେ ଭଡ଼ା ନେଇଥିବା ଆପାର୍ଟମେଣ୍ଟ୍ରେ ଲିଭ୍-ଇନ୍ ପାର୍ଟନର୍ଙ୍କୁ ହତ୍ୟା କରି ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରିଥିବା ଜଣେ ୫୬ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ପୁଲିସ ଆହୁରି ମଧ୍ୟ କହିଛି ଯେ, ଗୋଟାଏ ‘ଟ୍ରି କଟର୍’ଦ୍ବାରା (ଗଛକଟା କରତ) ଖଣ୍ଡ ଖଣ୍ଡ କରିଥିବା ଲିଭ୍-ଇନ୍ ପାର୍ଟନର୍ଙ୍କ ଦେହାଂଶକୁ ସେ ମଧ୍ୟ ଗୋଟାଏ କୁକର୍ରେ ସିଝାଇ ଥିଲେ।
ସଂଗୃହୀତ ସୂଚନା ଅନୁସାରେ, ଗତ ୩ ବର୍ଷ ହେବ ଗୀତା ନଗର ଫେଜ୍ ୭ରେ ଥିବା ଗୀତା ଆକାଶ ଦୀପ ବିଲ୍ଡିଙ୍ଗ୍ର ୭୦୪ ନମ୍ବର ଫ୍ଲାଟ୍ରେ ଅଭିଯୁକ୍ତ ୫୬ ବର୍ଷିୟ ମନୋଜ ସାହାଣୀ ୩୬ ବର୍ଷୀୟ ‘ଲିଭ୍-ଇନ୍’ ପାର୍ଟନର୍ ସରସ୍ବତୀ ବୈଦ୍ୟଙ୍କ ସହିତ ବାସ କରୁଥିଲେ। ମନୋଜଙ୍କର ବୋରିୱାଲିରେ ଛୋଟ ଦୋକନଟିଏ ଅଛି।
Image Courtesy of India Todayଦୁହେଁ ରହୁଥିବା ଫ୍ଲାଟ୍ରୁ ଦୁର୍ଗନ୍ଧ ବାହାରୁଥିବା କଥା ସ୍ଥାନୀୟ ବାସିନ୍ଦାମାନେ ବୁଧବାର ଦିନ ନୟନାନଗର ଥାନାକୁ ଜଣାଇବା ପରେ ଘଟଣା ଲୋକ ଲୋଚନକୁ ଆସିଲା। ତୁରନ୍ତ ଘଟଣାସ୍ଥଳକୁ ପୁଲିସ ଟିମ୍ ଗଲେ ଓ ସେଠାରୁ ଖଣ୍ଡବିଖଣ୍ଡ ହୋଇଥିବା ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କଲେ। ୩/୪ ଦିନ ତଳୁ ହତ୍ୟାକାଣ୍ଡ ଘଟିଛି ବୋଲି ସେ ଫ୍ଲାଟ୍ରୁ ମିଳିଥିବା ଗଳିତ ଶବଖଣ୍ଡରୁ ପୁଲିସର ସନ୍ଦେହ ହେଉଛି।
୧ ନମ୍ବର ଜୋନ୍ର ପୁଲିସ ଡେପୁଟି କମିସନର୍ ଜୟନ୍ତ ବାଜବାଲେ କହିଛନ୍ତି, କୌଣସି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ହତ୍ୟାକାଣ୍ଡର ସୂତ୍ରପାତ ହୋଇଥିଲା। ଅମେ ଫ୍ଲାଟ୍ରେ ପହଞ୍ଚି କବାଟ ଖୋଲିବା ପରେ ବୁଝି ପାରିଲୁ ଯେ, ଅଭିଯୁକ୍ତ ହତ୍ୟା ଘଟଣାର ପ୍ରମାଣ ଲୁଚାଇବାକୁ ଉଦ୍ୟମ କରିଛନ୍ତି। ହତ୍ୟାକାଣ୍ଡର କାରଣ ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି। ଏହି ମାମଲାରେ ଆଉ ଦୁଇଜଣ ସନ୍ଦିଗ୍ଧଙ୍କୁ ନେଇ ପୁଲିସ ପଚରା ଉଚରା କରୁଛି।
Follow Us