ରୋଗରେ ପୀଡ଼ିତା ମା’କୁ ଔଷଧ ଦେବା ପରିବର୍ତ୍ତେ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହତ୍ୟା କଲା ପୁଅ

ରୋଗରେ ପୀଡ଼ିତା ମା’କୁ ଔଷଧ ଦେବା ପରିବର୍ତ୍ତେ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହତ୍ୟା କଲା ପୁଅ

ABC

ମୁମ୍ବାଇ:  ନିଜ ଜନ୍ମକଲା ମା’କୁ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଜଣେ ଯୁବକ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମା’ ରୋଷେଇ କରୁଥିବା ବେଳେ ଅଭିଯୁକ୍ତ ପୁଅ ତାଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟି ତାଙ୍କୁ ହତ୍ୟା କରିଥିଲା। ପରେ ଘଟଣା ସଂପର୍କରେ କାହାରିକୁ  କିଛି ନ ଜଣାଇ ମୃତଦେହ ପାଖରେ ବସି ରହିଥିଲା। କିଛି ଘଣ୍ଟା ପରେ ପୀଡ଼ିତାଙ୍କ ବଡ଼ ପୁଅ ଘରକୁ ଫେରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।  ଏବେ ତାଙ୍କ ସାନ ଭାଇ ମାନସିକ ରୋଗରେ ପୀଡ଼ିତ ଓ ସେ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବଡ଼ ପୁଅ। ପୀଡ଼ିତାଙ୍କ ନାଁ ଚନ୍ଦ୍ରାବତୀ ବୋଲି ଜଣା ପଡ଼ିଥିବା ବେଳେ ଅଭିଯୁକ୍ତର ନାଁ ଜୟପ୍ରକାଶ ଧୋବୀ ବୋଲି ଜଣା ପଡ଼ିଛି।

ପୀଡ଼ିତାଙ୍କ ବଡ଼ ପୁଅ କରିଥିବା ଅଭିଯୋଗ ମୁତାବକ, ମା’ ରୋଷେଇ ଘରେ ସକାଳ ଖାଇବା ପ୍ରସ୍ତୁତ କରୁଥିବା ବେଳେ ଜୟପ୍ରକାଶ ଏକ ଲୁହା ରଡ଼ ନେଇ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଯାହା ଫଳରେ ମା’ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।  ହେଲେ, କାହାକୁ କିଛି ନ କହି ଜୟପ୍ରକାଶ ମା’ଙ୍କ ପାଖରେ ବସି ରହିିଥିଲେ। ମୁଁ ଦିନ ୧୧ଟାରେ ଘରେ ପହଞ୍ଚିବା ପରେ ସେ ମା’ଙ୍କ ମୃତଦେହ ପାଖରେ ବସି ରହିଥିବା ଦେଖିଥିଲି। ଘଟଣା ବିଷୟରେ ପଚାରିବା ପରେ ମା’ଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ମୁଁ ତାଙ୍କୁ ହତ୍ୟା କରିଛି ବୋଲି ମୋତେ କହିଥିଲା ଜୟପ୍ରକାଶ।

Image result for arrest Hindustan

ତେବେ ବଡ଼ ଭାଇର ଅଭିଯୋଗ କ୍ରମେ ପୁଲିସ ଜୟପ୍ରକାଶଙ୍କୁ ଗିରଫ କରିବା ପରେ ସେ ମୃତ୍ୟୁ ପଛର କାରଣ ପୁଲିସକୁ ପୁଣି ଥରେ ଜଣାଇଥିଲା। ସେ କହିଥିଲା କି, ମା’ ଏକା ସାଙ୍ଗରେ ମଧୁମେହ, ରକ୍ତଚାପ, ମୋତିଆବିନ୍ଦୁ ଓ ଆଣ୍ଠୁ-ଗଣ୍ଠି ସମସ୍ୟାରେ ପୀଡ଼ିତ ଥିଲେ। ଯାହାଦ୍ବାରା ତାଙ୍କୁ ସବୁବେଳେ ଅସହ୍ୟ ଯନ୍ତ୍ରଣା ହେଉଥିବା କଥା ସେ ମୋତେ କହୁଥିଲେ। ସବୁଦିନ ତାଙ୍କୁ ଯନ୍ତ୍ରଣାରେ ଦେଖି ମୁଁ ତାଙ୍କୁ ମୁକ୍ତି ଦେବା ପାଇଁ ଚିନ୍ତା କରିଥିଲି। ଯାହା ପାଇଁ ମୁଁ ଏଭଳି ପଦକ୍ଷେପ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe