ଖୁସିରେ ସ୍ତ୍ରୀକୁ ଭେଟିବାକୁ ଦୌଡ଼ି ଯାଉଥିବା ବେଳେ ଟ୍ରେନ ଧକ୍କାର ଶିକାର ହେଲେ ସ୍ବାମୀ

Advertisment
ଖୁସିରେ ସ୍ତ୍ରୀକୁ ଭେଟିବାକୁ ଦୌଡ଼ି ଯାଉଥିବା ବେଳେ ଟ୍ରେନ ଧକ୍କାର ଶିକାର ହେଲେ ସ୍ବାମୀ

ମୁମ୍ୱାଇ: ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଭେଟିବାକୁ ଖୁସିରେ ଦୌଡ଼ି ଯାଉଥିବା ବେଳେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଭଳି ଏକ ଘଟଣା ଗୁରୁଗାଓଁ ରେଳ ଷ୍ଟେସନରୁ ସେପ୍ଟେମ୍ବର ୬ ତାରିଖରେ ସାମ୍ନାକୁ ଆସିଛି। ମୃତ ବ୍ୟକ୍ତି ଜଣକଙ୍କ ନାମ ପ୍ରତୀକ ବିସେନ ଓ ବୟସ ୩୦ବର୍ଷ ବୋଲି ଜିଆରପି ସୂତ୍ରରୁ ପ୍ରକାଶ।

ସେପ୍ଟେମ୍ବର ୬ରେ ଗୋଣ୍ଡିଆର ପ୍ରତୀକ ବିସେନ ଗୁରୁଗାଓଁରେ ଓହ୍ଲାଇ ସେଠାରେ ଥିବା ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯାଉଥିଲେ। ତେବେ ସେ ଓଭରବ୍ରିଜ ଦେଇ ରେଳଧାରଣା ଅତିକ୍ରମ କରିବା ପରିବର୍ତ୍ତେ କମ ସମୟ ଲାଗିବ ବୋଲି ରେଳ ଧାରଣ ଦେଇ ଯାଉଥିଲେ। ଏତିକି ବେଳେ ଅର୍ଥାତ ରାତି ୭.୫ ମିନିଟରେ ସେହି ଧାରଣା ଦେଇ ଏକ ଟ୍ରେନ ଚାଲି ଆସିଥିଲା । ଟ୍ରେନ ଧକ୍କାରେ ପ୍ରତୀକ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe