ମୁମ୍ବାଇ ନୂଆବର୍ଷ ପାର୍ଟି ହତ୍ୟା ଘଟଣା: ପୀଡ଼ିତାଙ୍କୁ ଉଚିତ୍ ସମୟରେ ହସ୍ପିଟାଲ ନେଇଥିଲେ ଜୀବନ ବଞ୍ଚିଥାଆନ୍ତା; ପୁଲିସ୍‌

ଶିକାର ହୋଇଗଲେ ଶିକାରୀ

www.indiatoday.in

ମୁମ୍ବାଇ: ନୂଆବର୍ଷ ପାର୍ଟିରେ ୧୯ ବର୍ଷୀୟା ମୁମ୍ବାଇ ମହିଳାଙ୍କ ଆଶ୍ଚର୍ଯ୍ୟଜନକ ମୃତ୍ୟୁକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ମିଳିବାରେ ଲାଗିଛି। ମୁମ୍ବାଇ ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ମହିଳାଙ୍କୁ ଯଦି ଉଚିତ ସମୟରେ ହସ୍ପିଟାଲ୍‌ ନିଆଯାଇଥ‌ାଆନ୍ତା ତେବେ ସେ ହୁଏତ ବଞ୍ଚିଯାଇ ପାରିଥାନ୍ତେ।

ପୁଲିସ୍‌ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିଲା। ମହିଳା ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରୁ ଉଦ୍ଧାର ହୋଇଥିଲେ।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, "ଆମେ ଘଟଣାସ୍ଥଳରେ ପହଞ୍ଚିବା ‌‌ବେଳକୁ ତାଙ୍କ ଶରୀରରୁ ବହୁ ରକ୍ତ ଯାଇ ସାରିଥିଲା। ସେ ରକ୍ତରେ ଭିଜି ଯାଇଥିଲେ। ଯେତେବେଳେ ଆମେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲୁ, ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ଆହୁରି ମଧ୍ୟ କହିଛି କି, "ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କ ଶରୀରର ସମସ୍ତ ଅଂଶ ଏବଂ ବ୍ୟକ୍ତିଗତ ଅଂଶରେ ଆଘାତ ଲାଗିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବିସ୍ତୃତ ଶରୀର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।"

ଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ହୋଇଥିବା ନୂଆବର୍ଷ ପାର୍ଟିରେ ପୀଡ଼ିତାଙ୍କର ଅନ୍ୟ ଦୁଇ ମହିଳାଙ୍କ ସହ ପାଟିତୁଣ୍ଡ ହେବା ଫଳରେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ମାରପିଟ୍‌ ସମୟରେ ପୀଡ଼ିତାଙ୍କ ଉପରେ ଆକ୍ରମଣ ହେବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ୨ ମୁଖ୍ୟ ଅଭିଯୁକ୍ତ ତତ୍‌କ୍ଷଣାତ ସେ ଜାଗା ଛାଡ଼ି ପଳାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe