ହେମା ମାଲିନୀଙ୍କ ଗୋଦାମରୁ ୯୦ହଜାର ଟଙ୍କାରୁ ଊର୍ଧ୍ୱ ସାମଗ୍ରୀ ଚୋରି

Advertisment
ହେମା ମାଲିନୀଙ୍କ ଗୋଦାମରୁ ୯୦ହଜାର ଟଙ୍କାରୁ ଊର୍ଧ୍ୱ ସାମଗ୍ରୀ ଚୋରି

ମୁମ୍ବାଇ: ଭାଜପା ସାଂସଦ ଓ ଅଭିନେତ୍ରୀ ହେମା ମାଲିନୀଙ୍କ ଗୋଦାମରୁ ଗୁରୁବାର ଚୋରି ହୋଇଥିବା ଖବର ମିଳିଛି। ଏହି ଚୋରି ହେମା ମାଲିନୀଙ୍କ ମୁମ୍ବାଇ ଅନ୍ଧେରିସ୍ଥିତ ଗୋଦାମରେ ହୋଇଛି। ପାଖାପାଖି ୯୦ହଜାର ଟଙ୍କା ସହିତ ମୂଲ୍ୟବାନ ପୋଷାକ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ଗୋଦାମରୁ ଚୋର ହୋଇଯାଇଥିବା ଅଭିଯୋଗ ଆସିଛି।

ସୂଚନାଯୋଗ୍ୟ, ହେମା ମାଲିନୀ ଚୋରି ହୋଇଥିବା ଗୋଦାମରେ ଥିଏଟର ଓ ଡ୍ୟାନ୍ସ ସୋ’ରେ ବ୍ୟବହୃତ କଷ୍ଟ୍ୟୁମ, ମେକଅପ୍‌ ସାମଗ୍ରୀ, ଅଳଙ୍କାର ଓ ନୃତ୍ୟ ପାଇଁ ଆବଶ୍ୟକ ପଡ଼ୁଥିବା ପୋଷାକ ଆଦି ରଖିଥାଆନ୍ତି।

ହେମା ମାଲିନୀଙ୍କ ମ୍ୟାନେଜର ଗୁରୁବାର ଗୋଦାମରେ ବିଭିନ୍ନ ସାମଗ୍ରୀ ଅସଜଡା ହୋଇ ପଡ଼ିଥିବା ସହିତ କେତେକ ସାମଗ୍ରୀ ନଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଚୋରି ହୋଇଥିବା ସନ୍ଦେସ କରି ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ଦେଇଥିଲେ। ପୁଲିସ ମାମଲାର ଜାଞ୍ଚ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ: ଷ୍ଟେଜ ସୋ’ରେ ବ୍ୟବହୃତ ହେଉଥିବା ଷ୍ଟେଚ୍ୟୁ, ରଙ୍ଗମଞ୍ଚର ସାମଗ୍ରୀ ଚୋରି ହୋଇଛି। ଏହାର ମୂଲ୍ୟ ପାଖାପାଖି ୯୦ହଜାର ଟଙ୍କା ହେବ। ପୁଲିସ ଘରର ଚାକର-ଚକରାଣୀ ଯେଉଁମାନେ ଏହି ଗୋଦାମର ସଫାସୁତୁରା କରନ୍ତି ସେମାନେ ଏହି ଚୋରିରେ ସାମିଲ ଥିବା ସନ୍ଦେହ କରୁଛି। ପୁଲିସ ହେମା ମାଲିନଙ୍କ ଘରର ସମସ୍ତ ଚାକର-ଚକରାଣୀଙ୍କୁ ପଚରାଉଚରା ଜାରି ରଖିଛି।

ହେମା ମାଲିନୀ ଚତୁର୍ଥ ଭାରତୀୟ ସିନେମା ମହୋତ୍ସବରେ ଭାଗ ନେବା ପାଇଁ ରୁଷରେ ଅଛନ୍ତି। ଏହି ଚୋରି ଘଟଣାକୁ ନେଇ ହେମା ମାଲିନୀ ଏଯାବତ୍‌ ମୁହଁ ଖୋଲି ନାହାନ୍ତି। ହେମା ମାଲିନୀ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ଅଟନ୍ତି। ହେମା ମାଲିନୀ ଅଭିନେତ୍ରୀ ହେବା ସହିତ ଜଣେ କ୍ଲାସିକାଲ ଡ୍ୟାନସର ମଧ୍ୟ। ଦେଶ ବିଦେଶରେ ଡ୍ୟାନ୍ସ ସୋ’ ବି କରନ୍ତି ହେମା ମାଲିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe