Image Courtesy of TOI
ମୁମ୍ବାଇ: ଚଳିତ ବର୍ଷର ଆଦ୍ୟ ଭାଗରେ ସ୍କୁଲ୍ ପରିସରରେ ଜଣେ ତିନି ବର୍ଷୀୟ ବାଳିକା ସହ ଦୁଷ୍କର୍ମ କରିଥିବା ଜଣେ ୫୭ ବର୍ଷିୟ ସ୍କୁଲ୍ ଟ୍ରଷ୍ଟି ତଥା ଫରାସୀ ନାଗରିକଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି।
ମଙ୍ଗଳବାର ଦିନ ସେ ଟ୍ରଷ୍ଟିଙ୍କୁ ନଭେମ୍ବର ୧୪ ତାରିଖ ଯାଏଁ ରିମାଣ୍ଡ୍ରେ ପୁଲିସ ହାଜତକୁ ନିଆଯାଇଛି।
ଜୋନ୍ ଏକ୍ସ୍ର ଡେପୁଟି ପୁଲିସ କମିସନର୍ ନବୀନଚନ୍ଦ୍ର ରେଡ୍ଡୀ ଏହି ଗିରଫଦାରି ଖବରକୁ ନିଶ୍ଚିତ କରିଥିଲେ ବି ସବିଶେଷ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ଏଫ୍ଆଇଆର୍ ଦିଆ ଯିବାର ଅଧା ବର୍ଷ ପରେ ଗିରଫଦାରି କରାଯାଇଛି। ଅଭିଯୁକ୍ତ ଅନ୍ୟ ଜଣେ ତିନି ବର୍ଷିୟ ବାଳକକୁ ମଧ୍ୟ ଯୌନ ଉତ୍ପୀଡ଼ନ ଦେଇଥିବା କଥା ସେ ଏଫ୍ଆଇଆର୍ରେ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ସନ୍ଧିଗ୍ଧ ଅନ୍ୟ ଜଣେ ଶିକ୍ଷକଙ୍କୁ ଖୋଜା ଚାଲିଛି।
ଗତ ମାସରେ ସନ୍ଦିଗ୍ଧଙ୍କ ଉପରେ କରାଯାଇଥିବା ପଲିଗ୍ରାଫି ପରୀକ୍ଷାର ରିପୋର୍ଟ ମଧ୍ୟ ପୁଲିସ ପିଓସିଏସ୍ଓ ଅଦାଲତରେ ଦାଖଲ କରିଛି। ପଲିଗ୍ରାଫି ଟେଷ୍ଟ୍ ବ୍ୟତିରେକେ, ସ୍କୁଲ୍ର ୮୦ ଜଣ ବ୍ୟକ୍ତିଙ୍କ ବୟାନ ମଧ୍ୟ ଆମେ ରେକର୍ଡ କରିଛୁ ବୋଲି ଜଣେ ପୁଲିସ ଅଧିକାରୀ କହନ୍ତି।
ମେ ୧୮ ତାରିଖରେ ଟିକି ଝିଅଟିର ଆଚରଣରେ ପରିବର୍ତ୍ତନ ଲକ୍ଷ୍ୟ କରି ତା’ର ବାପା ମାଆ ଏ କଥା ଜାଣିବା ପରେ ଅଭିଯୋଗ ଦାଏର କରିଥିଲେ।
ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବାରୁ ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ପୁଲିସକୁ ଡକାଇ ଏ ସପ୍ତାହ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ।
Follow Us