ମୁମ୍ବାଇ: ଜନ୍ମଦିନ ପାଳନ କରିବାକୁ ଡାକି ଜାଳିଦେଲେ। ମୁମ୍ବାଇର ବିନୋବା ଭାଭେ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୨୧ ବର୍ଷୀୟ ଛାତ୍ର ଅବୁଲ ରେହମାନ ମକସୁଦ ଆଲମ ଖାନଙ୍କୁ ତାଙ୍କ ପାଞ୍ଚ ଜଣ ବନ୍ଧୁ ଜନ୍ମଦିନ ପାଳନ କରିବା ବାହାନାରେ ଡାକି ଜାଳି ଦେଇଥିବା ଜଣାପଡ଼ିଛି। ସେମାନେ ତାଙ୍କୁ କେକ୍ କାଟିବାକୁ ନିମନ୍ତ୍ରଣ କରିଥିବା ବେଳେ ପ୍ରଥମେ ତାଙ୍କ ଉପରେ ଅଣ୍ଡା ଏବଂ ପଥର ମାଡ଼ କରିଥିଲେ। ତା'ପରେ ତାଙ୍କ ଉପରେ ଜ୍ୱଳନଶୀଳ ପଦାର୍ଥ ଢାଳି ତାଙ୍କୁ ଜାଳି ଦେଇଥିଲେ। ନିଆଁ ଲାଗିବା ପରେ ଲିଭାଇବା ପରିବର୍ତ୍ତେ ପାଞ୍ଚ ଜଣ ବନ୍ଧୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୁଲିସ ୫ଜଣ ବନ୍ଧୁଙ୍କୁ ଗିରଫ କରିଛି
ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଥିବା ବେଳେ ଗୁରୁତର ଥିବା ଅବୁଲ ରେହମାନଙ୍କର ଏବେ ଏକ ହସ୍ପିଟାଲରେ ଚିକିତ୍ସା ଚାଲିଛି। ପୁଲିସ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରି ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ହେପାଜତକୁ ନେଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି।
ଜନ୍ମଦିନ ପାଳନ କରିବାକୁ ଡାକି ପେଟ୍ରୋଲ ଢ଼ାଳିଦେଲେ
ସୂଚନା ମୁତାବକ, ପୀଡିତ ମକସୁଦଙ୍କର ନଭେମ୍ବର ୨୫ ତାରିଖରେ ଜନ୍ମଦିନ ଥିଲା। ନଭେମ୍ବର ୨୪ ତାରିଖରେ ସେ କଲେଜ ଯାଇ ନଥିବାରୁ ତାଙ୍କ ବନ୍ଧୁ ଅୟାଜ୍ ମଲିକ୍, ମକସୁଦଙ୍କୁ ଫୋନ୍ କରି ରାତି ୧୨ଟାରେ ତାଙ୍କ ଜନ୍ମଦିନ ପାଳନ କରିବାକୁ କହିଥିଲେ। ଜନ୍ମଦିନ ପାଳନ କରିବା ପାଇଁ ମକସୁଦର ବନ୍ଧୁମାନେ ତାଙ୍କୁ ବିଳମ୍ବିତ ରାତିରେ ଫୋନ୍ କରି ଘର ତଳକୁ ଆସିବାକୁ କହିଥିଲେ। ମକସୁଦ ତଳକୁ ଯିବା ପରେ ସାଙ୍ଗମାନେ ଆଣିଥିବା କେକ୍ କଟାଯାଇଥିଲା। ଏହି ସମୟରେ ହଠାତ୍ ସାଙ୍ଗମାନେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। କିଛି ସାଙ୍ଗ ତାଙ୍କ ଉପରକୁ ପଥର ଫିଙ୍ଗି ତାଙ୍କ ଦେହାରେ ପେଟ୍ରୋଲ ଢ଼ାଳି ଦେଇଥିଲେ। ଏହା ଦେଖି ଏ କ’ଣ କରୁଛ ବୋଲି ପଚାରିଥିଲେ ମକସୁଦ। କିଛି ଉତ୍ତର ନଦେଇ ସାଙ୍ଗମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ମକସୁଦ ଚିତ୍କାର କରୁଥିଲେ ବି ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ ତାଙ୍କ ବନ୍ଧୁ।
ଏବେ ଡାକ୍ତରଖାନାରେ ମକସୁଦଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଗୁରୁତର ଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/26/mumbai-2025-11-26-11-09-59.jpg)