ପ୍ରେମିକ ସହ ସଂସାର କରିବା ପାଇଁ ୧୪ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ମା’

Advertisment
ପ୍ରେମିକ ସହ ସଂସାର କରିବା ପାଇଁ ୧୪ମାସର ପୁଅକୁ ତଣ୍ଟି ଚିପି ହତ୍ୟା କଲା ମା’

HINDUSTAN TIMES

ମୁମ୍ବାଇ : ସ୍ୱାମୀକୁ ଛାଡ଼ି ନିଜ ପ୍ରେମିକ ସହ ସୁଖର ସଂସାର ବସାଇବା ପାଇଁ ମା'ର ମମତାକୁ ଭୁଲି ଯାଇଛନ୍ତି ମୁମ୍ବାଇର ଜଣେ ମହିଳା । ବାଟର କଣ୍ଟା ସାଜୁଥିବାରୁ ନିଜର ୧୪ମାସର ଶିଶୁପୁତ୍ରର ତଣ୍ଟି ଚିପି ହତ୍ୟା କରିବାକୁ ପଛାଇ ନାହିଁି ମା' । ଏ ଘଟଣା ସାମ୍ନାକୁ ଆସିବା ପରେ ମା'ର ମମତା ଉପରେ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି । ଏହି ବୀଭତ୍ସ କାମରେ ମୃତ ଶିଶୁର ମା' ମମତା ୟାଦବ(୨୦)ଙ୍କୁ ସହଯୋଗ ଦେଇଥିଲେ ତାଙ୍କ ପ୍ରେମିକ ରାକେଶ ପଟେଲ (୩୦) ଏବଂ ତାଙ୍କ ସାଙ୍ଗ ଅଜିତ୍‌ ପସ୍‌ଓ୍ଵନ୍‌(୧୯)।

ପୁଅ ଆର୍ଯ୍ୟନ କୁମାରଙ୍କୁ ମାରିବା ପରେ ଘର ଠାରୁ କିଛି ଦୂରକୁ ନେଇ ତିନି ଜଣ ପୋତି ଦେଇଥିଲେ । ତିନି ଜଣ ଅଭିଯୁକ୍ତ ମୁମ୍ବାଇରୁ ୩୬ କିଲୋମିଟର ଦୂର ଭିଓ୍ଵାନ୍ଦିରେ ରହୁଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ମୃତ ଆର୍ୟ୍ୟନର ବାପା ବୀରେନ୍ଦ୍ର କୁମାର ଯାଦବ ବୁଧବାର ଏ ନେଇ ପୁଲିସକୁ ଜଣାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

publive-image HINDUSTAN TIMES

ସୂଚନା ଅନୂଯାୟୀ, ମମତା ଏବଂ ବୀରେନ୍ଦ୍ର ତିନି ବର୍ଷ ପୂର୍ବରୁ ବିବାହ କରିଥିଲୋ ଆର୍ଯ୍ୟନଙ୍କ ଜନ୍ମ ପରେ ମମତା ଘରେ ଏକା ରହୁଥିବାରୁ ତାଙ୍କ ପଡ଼ୋଶୀ ରାକେଶଙ୍କ ସହ ତାଙ୍କର ନିବିଡ଼ତା ବଢ଼ିଥିଲା । ନଭେମ୍ବର ୨୦୧୭ରେ ଦୁଇ ଜଣ ଘରୁ ଲୁଚି ପଳାଇବା ପରେ ଆର୍ଯ୍ୟନ ବୀରେନ୍ଦ୍ରଙ୍କ ସହ ରହିଥିଲା । ଦୁଇ ସପ୍ତାହ ପୂର୍ବରୁ ମମତା ଏବଂ ରାକେଶ ଆସି ବୀରେନ୍ଦ୍ର ରହୁଥିବା ଘର ପାଖରେ ରହିଥିଲେ କିନ୍ତୁ ଏହା ବୀରେନ୍ଦ୍ରଙ୍କୁ ଜଣା ନଥିଲା । ଭବିଷ୍ୟତରେ ଆର୍ଯ୍ୟନ ଦୁଇ ଜଣଙ୍କ ରାସ୍ତାର କଣ୍ଟା ହେବ ବୋଲି ଭାବି ତାକୁ ମାରିବାର ଯୋଜନା କରିବା ସହ ବୀରେନ୍ଦ୍ର କିଛି ସମୟ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ମମତା ଆର୍ଯ୍ୟନକୁ ଘରୁ ଉଠାଇ ନେଇଥିଲେ । ଏହା ପରେ ତିନି ଜଣ ମିଶି ଆର୍ଯ୍ୟନର ତଣ୍ଟି ଚିପି ମାରିବା ସହ ପୋତି ଦେଇଥିଲେ ।

ଅନ୍ୟ ପଟେ ପୁଅକୁ ନ ପାଇ ବୀରେନ୍ଦ୍ର ଚାରି ଆଡ଼େ ଖୋଜିବା ସହ ମମତାଙ୍କୁ ବାଟରେ ଦେଖି ସେ ଅପହରଣ କରିଛନ୍ତି କି ନାହିଁ ବୋଲି ପଚାରିଥିଲେ । କିନ୍ତୁ ମମତା ସିଧା ସିଧା ମନା କରି ଦେଇଥିଲେ । ଅନ୍ୟ କିଛି ବାଟ ନ ପାଇ ବୀରେନ୍ଦ୍ର ପୁଲିସକୁ ଆରମ୍ଭରୁ ସବୁ ଘଟଣା ଜଣାଇବା ପରେ ପୁଲିସ ମମତା ଏବଂ ତାର ପ୍ରେମିକକୁ ପୁଲିସ ଷ୍ଟେସନ ଡ଼କାଇ ପଚରା ଉଚରା କରିଥିଲା । ପୁଲିସ ମାଡ଼ ଭୟରେ ଦୁଇ ଜଣ ସବୁ ସତ ମାନିବା ସହ ତାଙ୍କ ସହ ଅନ୍ୟ ଜଣେ ବି ସାମିଲ ଥିବା ଜଣାଇଥିଲେ । ଏହା ପରେ ପୁଲିସ ୩ ତିନି ଜଣଙ୍କୁ ଗିରଫ କରିବା ସହ ପୋତି ଥିବା ସ୍ଥାନ ଚିହ୍ନଟ କରି ମୃତ ଦେହକୁ ଉଦ୍ଧାର କରିଥିଲା । ଶୁକ୍ରବାର ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe