ମାତ୍ର ୨୫ଟଙ୍କା ପାଇଁ ସାଙ୍ଗମାଡ଼ରେ ରକ୍ତାକ୍ତ ହୋଇ ଯୁବକଙ୍କ ଜୀବନ ଗଲା

Advertisment
ମାତ୍ର ୨୫ଟଙ୍କା ପାଇଁ ସାଙ୍ଗମାଡ଼ରେ ରକ୍ତାକ୍ତ ହୋଇ ଯୁବକଙ୍କ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇ ପୁଲିସ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି` ଗିରଫ ଯୁବକଙ୍କ ନାମ ସୈଫ ଜାହିଦ ଅଲି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମଙ୍ଗଳବାର ରାତିରେ ସୈଫ ଜାହିଦ ଅଲି ତାଙ୍କ ବନ୍ଧୁ ଛ‌କ୍କେକନ ଅଲିଙ୍କ ସହିତ ଏଲବିଏସ ରୋଡସ୍ଥିତ ପ୍ୟାଲେସ ରେସିଡେନ୍ସି ବାର ନିକଟରେ ଅଟୋ ଡ୍ରାଇଭରଙ୍କୁ ୨୫ ଟଙ୍କା ଭଡା ଦେବା ଘଟଣାକୁ ନେଇ ଝଗଡ଼ା କରିଥିଲେ।

ଦୁହିଁଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ ସୈଫ ଜାହିଦ ସାଙ୍ଗ ଛ‌କ୍କେକନ ହତ୍ୟା କରିବାକୁ ପଛାଇ ନଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ସାଙ୍ଗ ସୈଫ ଜାହିଦଙ୍କ ମାଡ଼ରେ ଛ‌କ୍କେକନଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସେ ରକ୍ତାକ୍ତ ହୋଇ ପ୍ୟାଲେସ୍ ରେସିଡେନ୍ସି ବାର୍ ବାହାରେ ଅଚେତ ହୋଇପଡ଼ିଥିଲେ। ଆମେ ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛ‌କ୍କେକନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। କିନ୍ତୁ ଦୁଃଖର ବିଷୟ ଡାକ୍ତର ଛ‌କ୍କେକନଙ୍କୁ ମୃତ ଘୋଷଣା କରିଥିଲେ।

ଛ‌କ୍କେକନଙ୍କୁ ହତ୍ୟା କରିବା ପରେ ଜାହିଦ ଅଲି ଗିରଫ ହେବାର ଭୟରେ ଉତ୍ତରପ୍ରଦେଶ ଚାଲିଯିବାକୁ ଯୋଜନା କରିଥିଲା। ସେ ଟ୍ରେନରେ ଚଢ଼ିବା ସମୟରେ ପୁଲିସ ତାକୁ କାବୁ କରି ନେଇଥିଲା।

ଉଭୟ ଯୁବକ ଉତ୍ତରପ୍ରଦେଶର ବାସିନ୍ଦା। ଘଟଣା ଦିନ ରାତିରେ ଦୁହେଁ କିଛି କାମ ପାଇଁ କୁର୍ଲା ଆସିଥିଲେ। ଏଠାରେ ଅଟୋ ଭଡାକୁ ନେଇ ଜାହିଦ ଛ‌କ୍କେକନଙ୍କ ସହିତ ଝଗଡ଼ା କରି ତାଙ୍କୁ ମାଡ଼ ମାରି ରକ୍ତାକ୍ତ କରି ‌ଦେଇଥି‌ଲେ। ସାଙ୍ଗମାଡ଼ରେ ଛ‌କ୍କେକନଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe