ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସର ତନାଘନା ପାଟ୍ରୋଲିଂ ଫଳରେ ଅନେକ ଅସାମାଜିକ ଯୁବକ ଓ ଚୋର, ଡକାୟତମାନଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ପୂର୍ବରୁ ଏମାନେ ମୁନିଗୁଡ଼ା ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଅଘଟଣ ଘଟାଇ ଖସି ଯାଉଥିବା ବେଳେ ଏବେ ପୁଲିସର ତନାଘନା ଏମାନଙ୍କୁ କୋର୍ଟର ରାସ୍ତା ଦେଖାଉଛି। ଆଜିକାଲି ସାଧାରଣରେ ଆଶ୍ଵସ୍ଥ ଦେଖାଦେଇଛି। ଗତକାଲି ସକାଳ ପ୍ରାୟ ୮ଟା ୩୦ରେ ମୁନିଗୁଡ଼ା ଖମଣସାହିର ରୁପା ଗହଣା ବ୍ୟବସାୟୀ ଭଗବାନ ନାୟକ କିଛି ଗହଣା ସାମଗ୍ରୀ ଧରି ବେପାରକୁ ବାହାରି ଥିବା ସମୟରେ ମୁନିଗୁଡ଼ା ହାଟମୁନିଗୁଡ଼ା ରାସ୍ତା ଡାକଲୁଗୁଡା ଛକ ନିକଟରେ ପୂର୍ବରୁ ଛକି ରହିଥିବା ଆନ୍ତ ଜିଲ୍ଲା ୫ଜଣ ଡକାୟତ ଭଗବାନଙ୍କୁ ଅସ୍ତ୍ର ଦେଖାଇ ଗହଣା ବ୍ୟାଗ ସହ ତାଙ୍କ ଆଧାର କାର୍ଡ ଓ ନଗଦ ୪,୪୦୦ ଟଙ୍କା ଛଡ଼ାଇ ନେଇଥିଲେ। ପରେ ଏହି ଦୃର୍ବୁତ୍ତମାନେ ଦୁଇଟି ବାଇକ୍ (ଓଡ଼ି ୩୪ଇ -୮୭୦୮ ଏବଂ ଓଡି ୦୬ଜି - ୮୪୧୧) ସେଠାରୁ ଚଂପଟ ମାରିଥିଲେ।
ବ୍ୟବସାୟୀ ଜଣଙ୍କ ଏ ବିଷୟକୁ ନେଇ ଥାନାରେ ଜଣାଇବା ପରେ ବିଷମକଟକ ଉପ ଆରକ୍ଷୀ ଅଧୀକ୍ଷକ ସନ୍ତୋଷିନୀ ଓରାମଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡ଼ା ଥାନାର ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ନେତୃତ୍ବ ଓ ଏସ ଆଇ ଅଶ୍ୱନୀ ପ୍ରଧାନଙ୍କ ବଳିଷ୍ଠ ଉଦ୍ୟମରେ ଏକ ପୁଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିଲେ। ମୁନିଗୁଡାରୁ ବାହାରକୁ ଯାଉଥିବା ସମସ୍ତ ରାସ୍ତା ଓ ବିଭିନ୍ନ ଅଞ୍ଚଳ ଚଢ଼ଉ କରିବା ସହିତ ସହର ସନ୍ନିକଟ ବିଭିନ୍ନ ଯାତାୟାତ ମାର୍ଗକୁ ତନଖି କରିଥିଲେ। ପରେ ତେଲେଙ୍ଗାପଦର ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରୁ ତିନିଜଣ ଅଭିଯୁକ୍ତଙ୍କୁ ଅତି ଚତୁରତାର ସହ ପୁଲିସ ବାହିନୀ କାବୁ କରିନେଇଥିଲେ। ଅନ୍ଧାରର ସୁଯୋଗ ନେଇ ସେମାନଙ୍କ ମଧ୍ୟରୁ ଦୁଇଜଣ ଆସାମୀ ଖସି ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୁଲିସ ତାର ପ୍ରକ୍ରିୟା ଚାଲୁ ରଖିଥିବା ଜଣାଯାଏ।
ଆହୁରି ପଢ଼ନ୍ତୁ: VISA: ଭୁବନେଶ୍ୱରରେ ଖୋଲିବ ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର: ଧର୍ମେନ୍ଦ୍ର
ଗିରଫ ଅଭିଯୁକ୍ତ ତିନିଜଣ ହେଲେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନ ଦଶ ମଣିଆ ଗ୍ରାମର ସୁମନ ପ୍ରଧାନ(୩୮) ପି:ବଞ୍ଚ ପ୍ରଧାନ, ଅଜୟ ପ୍ରଧାନ (୪୦) ପି:ବଂଚ ପ୍ରଧାନ ଏବଂ ଶିବ ପ୍ରଧାନ(୩୨) ପି: ଆନା ରାଓ ପ୍ରଧାନ। ମୁନିଗୁଡ଼ା ପୁଲିସ ଏହି ଡକାୟତ ମାନଙ୍କ ଠାରୁ ୧୪ଟି ରୂପା ମୁଦି, ୧୪ଟି ଛୋଟ ମୁଦି, ୫ଟି ରୂପା ମାଳି ଓ ଏକ ଆଧାର କାର୍ଡ ଏବଂ ନଗଦ ୪୪୦୦ ଟଙ୍କା ଜବତ କରିଛି। ଏଥି ସହିତ ଗୋଟିଏ ଷ୍ଟିଲ ଛୁରୀ, ପେଚ କସ ଓ ଗୋଟିଏ ଡିକି ଭଙ୍ଗା ଚାବି ମଧ୍ୟ ଜବତ କରାଯାଇଛି। ଖସି ଯାଇଥିବା ଦୁଇ ଦକାୟତ ଗଞ୍ଜାମ ଜିଲ୍ଲା ନିବାସୀ ଗଣେଶ ପ୍ରଧାନ ଓ ଯାଜପୁର ଜିଲ୍ଲାର ରାକେଶ ପ୍ରଧାନ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଡକାୟତମାନେ ବ୍ୟବହୃତ କଳା ପଲସରର ସାମାନା ପଟରେ ଗୋଟେ ନମ୍ବର ଥିବା ବେଳେ ପଚ୍ଛ ପଟେ ଅନ୍ୟ ଏକ ନମ୍ବର ଲେଖାଥିବା ଦେଖିବାକୁ ମିଳିଥିଲା। ମୁନିଗୁଡ଼ା ପୁଲିସ କେଶ ନଂ ୫୨/୨୦୨୬ ୟୁ /ଏସ.୩୦୯(୪) ବିଏନଏସ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୋଲିସ ଜଣା ପଡ଼ିଛି।
Follow Us