ଯୁବକଙ୍କୁ ହାଣି ହତ୍ୟା

Advertisment
ଯୁବକଙ୍କୁ ହାଣି ହତ୍ୟା

IndiaToday

ସମ୍ବଲପୁର: ସାମାନ୍ୟ ବଚସାକୁ କେନ୍ଦ୍ର କରି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଶ୍ୟାମ ଡାଏରି ନିକଟସ୍ଥ ଏକ କୁକୁଡ଼ା ଦୋକାନରେ କାର୍ଯ୍ୟରତ ଜଣେ ଯୁବକ ରେଙ୍ଗାଲି ଥାନା ପଣ୍ଡ‌ଲୋଇ ଗ୍ରାମର କପିଳ ସାହୁ(୩୨) ନାମକ ଜଣେ ଯୁବକକୁ ଅସ୍ତୁରାରେ ହାଣି ହତ୍ୟା କରିଛି। ହତ୍ୟାକାଣ୍ଡ ପ‌ରେ ଅଭିଯୁକ୍ତ ସୁଧୀର ଓରାମ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଜି ଦ୍ବିପ୍ରହରରେ କପିଳ ଓ ସୁଧୀରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ଏହାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍‌ ଆଶଙ୍କା କରୁଛି। ସୂଚନା ମୁତାବକ, କପିଳ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଉକ୍ତ କୁକୁଡ଼ା ଦୋକାନକୁ ଯାଇଥିଲେ। ତେବେ କୌଣସି କାରଣକୁ ନେଇ ଉକ୍ତ ଦୋକାନୀ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୋକାନୀ କୁକୁଡ଼ା ହାଣିବାକୁ ଥିବା ଅସ୍ତୁରାରେ କପିଳଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ସ୍ଥାନୀୟ ଲୋକେ କପିଳଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe