ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁରେ ୭ ମାସର ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ଏହି ଘଟଣାରେ ପୂର୍ବରୁ ମୃତାଙ୍କ ସ୍ବାମୀ ଓ ତା’ର ପୁଲିସ୍‌ ଭିଣୋଇ ଗିରଫ ହୋଇଥିଲା ବେଳେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

Murder accuse arrested

Murder accuse arrested Photograph: (Sambad )

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁରେ ୭ ମାସର ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା ମାମଲାରେ ନୂଆ ମୋଡ଼ ଆସିଛି। ଏହି ଘଟଣାରେ ପୂର୍ବରୁ ମୃତାଙ୍କ ସ୍ବାମୀ ଓ ତା’ର ପୁଲିସ୍‌ ଭିଣୋଇ ଗିରଫ ହୋଇଥିଲା ବେଳେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

ଏହି ତୃତୀୟ ଅଭିଯୁକ୍ତ ବୃତ୍ତିରେ ଜଣେ ଶିକ୍ଷକ ଏବଂ ତା’ ନାଁ ଦୁଃଖବନ୍ଧୁ ଓରଫ ଦେବାଶିଷ ବଗର୍ତ୍ତି ବୋଲି ସୂଚନା ମିଳିଛି। ଦେବାଶିଷ ମୃତା ଗର୍ଭବତୀ ଶ୍ୟାମାମୟୀ ବେହେରାଙ୍କ ହତ୍ୟା ଷଡ୍‌ଯନ୍ତ୍ରରେ ସାମିଲ ଥିଲା। ପୂର୍ବରୁ ଶ୍ୟାମାମୟୀଙ୍କ ସ୍ବାମୀ ଦେବେନ୍ ବେହେରା ଏବଂ ପୁଲିସ ଏଏସ୍‌ଆଇ ଥିବା ଦେବେନ୍‌ର ଭିଣୋଇ ସତ୍ୟନାରାୟଣ ବେହେରାଙ୍କୁ ଗିରଫ କରି କୋର୍ଟଚାଲାଣ କରା ଯାଇଥିଲା।

ବଣାଇ ବ୍ଲକ୍‌ର ଝିର୍ଡ଼ାପାଲି ଗାଁରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରା ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲା ଓ ଏହି ହତ୍ୟାକାଣ୍ଡକୁ ଡକାୟତିର ରୂପ ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ତଦନ୍ତ କରି ଦେବେନ୍‌କୁ ଗିରଫ କରିବା ସହ ତା’ ଘରୁ ଏକ ହାଣ୍ଡି ଭିତରୁ ହତ୍ୟାରେ ବ୍ୟବହୃତ ପିସ୍ତଲ୍ ଜବତ କରିଥିଲା। ତାକୁ ଦେଶୀ ବନ୍ଧୁକ ଯୋଗାଇ ଦେଇଥିବା ଓ ହତ୍ୟା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିଥିବା ପୁଲିସ୍‌ ଭିଣୋଇ ସତ୍ୟନାରାୟଣ ବି ବନ୍ଧା ହୋଇଥିଲା।

ଗତ ୧୧ ତାରିଖ ରାତିରେ ବଣାଇ ବ୍ଲକ୍‌ର ଝିର୍ଡ଼ାପାଲି ଗାଁରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରା ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲା ଓ ଏହି ହତ୍ୟାକାଣ୍ଡକୁ ଡକାୟତିର ରୂପ ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ତଦନ୍ତ କରି ଦେବେନ୍‌କୁ ଗିରଫ କରିବା ସହ ତା’ ଘରୁ ଏକ ହାଣ୍ଡି ଭିତରୁ ହତ୍ୟାରେ ବ୍ୟବହୃତ ପିସ୍ତଲ୍ ଜବତ କରିଥିଲା। ତାକୁ ଦେଶୀ ବନ୍ଧୁକ ଯୋଗାଇ ଦେଇଥିବା ଓ ହତ୍ୟା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିଥିବା ପୁଲିସ୍‌ ଭିଣୋଇ ସତ୍ୟନାରାୟଣ ବି ବନ୍ଧା ହୋଇଥିଲା। ନିଜ ପରକୀୟା ପ୍ରୀତି କାରଣରୁ ଗର୍ଭବତୀ ପତ୍ନୀଙ୍କୁ ରାସ୍ତାରୁ ହଟାଇ ଦେବାକୁ ଦେବେନ୍ ଜଘଣ୍ୟ କାଣ୍ଡ ଘଟାଇଥିଲା। ​ତେବେ ତୃତୀୟ ଅଭିଯୁକ୍ତ ଦେବାଶିଷ ସହ ଦେବେନ୍‌ର ସଂପର୍କକୁ ନେଇ ଏବେ ନାନାପ୍ରକାର ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe