ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭଉଣୀକୁ ନିର୍ମମ ଭାବେ ହତ୍ୟା କଲା ଭାଇ!

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭଉଣୀକୁ ନିର୍ମମ ଭାବେ ହତ୍ୟା କଲା ଭାଇ!

www.aajtak.in

ଲକ୍ଷ୍ନୌ: ଉତ୍ତରପ୍ରଦେଶ‌ର ପିଲିଭିଟ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ପରେ ସବୁବେଳେ ସୁରକ୍ଷା ଦେବାକୁ କଥା ଦେଇଥାଏ ଭାଇ। ହେଲେ ଏଠାରେ ଜଣେ ଭାଇ ରକ୍ଷା ବନ୍ଧନର କିଛି ଦିନ ପୂର୍ବରୁ ହିଁ ନିଜ ଭଉଣୀର ହତ୍ୟା କରିଥିବା ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ମୃତ ଯୁବତୀ ଜଣକ ନିଜ ଘର ଛାତ ଉପରେ ବୁଲୁଥିବା କାରଣରୁ ତାଙ୍କ ଭାଇ ତାଙ୍କର ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡରେ ଭାଇଙ୍କ ସହ ଯୁବତୀଙ୍କ ମାଆଙ୍କର ବି ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସୋମବାର ସକାଳୁ ଘଟିଛି।

ଏହି ଘଟଣା ଦିଓରିୟା କୋତବାଲି ଅଞ୍ଚଳର ପକଡ଼ିଆ ଗ୍ରାମର। ଏହାର ୨୮ ବର୍ଷୀୟା ଯୁବତୀ ଫାଶୀରେ ଝୁଲିଥିବା ବେଳେ ପୁଲିସ୍‌ ତାଙ୍କୁ ଉଦ୍ଧାର କରିଛି। ମୃତ ଯୁବତୀଙ୍କ ମାଆ ପୁଲିସ୍‌ରରେ ବୟାନ ଦେଇ କହିଛନ୍ତି ଯେ ଗାଁ ଲୋକ ତାଙ୍କ ଝିଅ ବିରୋଧରେ ଅଭିଯୋଗ ଆଣି କହୁଥିଲେ ଯେ ସେ ସବୁବେଳେ ଛାତରେ ଏପଟ ସେପଟ ହେଉଛି। ଝିଅ ଏବେ ବଡ଼ ହୋଇଗଲାଣି। ତାକୁ ଘରେ ରଖିବା ଉଚିତ। ଯେଉଁ କାରଣରୁ ସେ ଝିଅକୁ ଘରେ ରହିବାକୁ ତାଗିଦ କରୁଥିଲେ। ମାତ୍ର ସେ ଶୁଣୁନଥିଲେ। ଫଳରେ ରାଗରେ ଆସି ଭାଇ ଏପରି କାଣ୍ଡ ରଚିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ୍‌ ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତକୁ ହେପାଜତରେ ନେଇ ଜେରା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe