ଟଙ୍କା ପାଇଁ ଅପହରଣ କରିଥିବା ୭ବର୍ଷର ଶିଶୁକୁ ହତ୍ୟା କଲେ ଯୁବ ବିଜେପି ନେତା

Advertisment
ଟଙ୍କା ପାଇଁ ଅପହରଣ କରିଥିବା ୭ବର୍ଷର ଶିଶୁକୁ ହତ୍ୟା କଲେ ଯୁବ ବିଜେପି ନେତା
ଗୁଜୁରାଟ: ଗୁଜୁରାଟର ନାଡିୟାଡସ୍ଥିତ ଭାଜପାର ଯୁବ ନେତା ଅନ୍ୟ ଦୁଇ ନାବାଳକ ସହିତ ମିଶି ସାତ ବର୍ଷର ଏକ ଶିଶୁକୁ ଅପହରଣ କରି ହତ୍ୟା କରିଥିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ: ୭ବର୍ଷର ତାନ୍ୟାକୁ ଅପହରଣ କରି ନେବାର ୪୫ମିନିଟ ପରେ ହତ୍ୟା କରି ମହି ନଦୀରେ ଫିଙ୍ଗି ଦେଇଥିଲେ ୪ ଜଣ ହତ୍ୟାକାରୀ। ତାନ୍ୟାଙ୍କୁ ପରିବାର ବର୍ଗ ନପାଇବାରୁ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ଯାଞ୍ଚ ଆରମ୍ଭ କରି ୪ଜଣ ହତ୍ୟାକାରୀଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି। ମୁଖ୍ୟ ଅଭିଯୁକ୍ତ ମିତ ପଟେଲ ତନ୍ୟାଙ୍କ ପାଖ ପଡୋଶୀ ଥିବା ପୁଲିସ ସୂଚନା ଦେଇଛନ୍ତି। ତନ୍ୟାଙ୍କୁ ଅପହରଣ କରି ଟଙ୍କା କମାଇବା ତାର ଲକ୍ଷ୍ୟ ଥିଲା। ମିତଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥାନାରେ ରଜୁ ହୋଇଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe