ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା: ସନ୍ଦିଗ୍ଧ ଯୁବକ ଅଟକ

ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା: ସନ୍ଦିଗ୍ଧ ଯୁବକ ଅଟକ

ଚନ୍ଦ୍ରଶେଖରପୁର: କାନନ ବିହାରରେ ଜଣେ ଯୁବତୀଙ୍କୁ ଗଳା କାଟି ହତ୍ୟା କରିବା ଘଟଣାରେ ଇନ୍‌ଫୋସିଟି ଥାନା ପୁଲିସ୍‌ ଆଜି ଜଣେ ସନ୍ଦିଗ୍ଧକୁ ଯୁବକକୁ ଅଟକ ରଖି ଜେରା କରୁଛି। ଏକ ଘରୋଇ ପାଥୋଲାବ୍‌ରେ କାର୍ଯ୍ୟ କରୁଥିବା ହସିନା ଦାସ ନାମକ ଜଣେ ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ଅତି ନିର୍ମମ ଭାବେ ବିଳମ୍ବିତ ରାତିରେ ଗଳା କାଟି ହତ୍ୟା କରାଯାଇଥିଲା। ହସିନାଙ୍କୁ ଜାଣିଥିବା ବ୍ୟକ୍ତି ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଆରମ୍ଭରୁ ସନ୍ଦେହ କରୁଥିଲା। ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଥିଲା। ତେବେ ଏହି ହତ୍ୟାକାଣ୍ଡର ରହସ୍ୟ ବର୍ତ୍ତମାନ ଧୀରେ ଧୀରେ ଫିଟିବାରେ ଲାଗିଛି। ପୁଲିସ ଏ ନେଇ ଥାନାରେ ଅଟକ ରଖି ଜେରା କରୁଥିବା ଯୁବକ ଜଣଙ୍କ ହସିନାଙ୍କ ପୂର୍ବତନ ପ୍ରେମିକ ବୋଲି ସୂଚନା ମିଳିଛି। ଅଟକ ଯୁବକ ଜଣକ ହସିନାଙ୍କୁ ପ୍ରେମ କରୁଥିଲେ। ମାତ୍ର ସେ ବିବାହିତ ହୋଇଥିବା ଜାଣି ହସିନା ତାଙ୍କ ସହ ସବୁ ସମ୍ପର୍କ କାଟି ଦେଇଥିଲେ। ଏହା ସହିତ ନିଜ କାର୍ଯ୍ୟସ୍ଥାନ ମଧ୍ୟ ପରିବର୍ତ୍ତନ କରିଥିଲେ। ତେବେ ପୂର୍ବ ପ୍ରେମିକକୁ ଛାଡ଼ି ଅନ୍ୟ ଜଣେ ଯୁବକଙ୍କୁ ଭଲପାଇବା ପରେ ପୂର୍ବ ପ୍ରେମିକ ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଣିଥରେ ହସିନାଙ୍କ ସହିତ ଉକ୍ତ ବିବାହିତ ଯୁବକ ସମ୍ପର୍କ ଗଢ଼ିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ପରେ ମୃତକ ରହୁଥିବା ଭଡ଼ା ଘରକୁ ଠାବ କରିଥିଲେ ଓ ସେଠାକୁ କୌଶଳକ୍ରମେ ହସିନାଙ୍କ ସମ୍ମତିରେ ଯାଇ ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ହସିନାଙ୍କ କିଛି ବନ୍ଧୁ ଓ କାର୍ଯ୍ୟ କରୁଥିବା ସଂସ୍ଥାର କର୍ମଚାରୀମାନଙ୍କ ନିକଟରୁ ଏପରି ସୂଚନା ପାଇ ପୁଲିସ୍‌ ଉକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। କାରଣ ହତ୍ୟା ଘଟଣା ପରଠାରୁ ଉକ୍ତ ଯୁବକ ଫେରାର୍‌ ଥିବାରୁ ତାଙ୍କ ଉପରେ ସନ୍ଦେହ ପୁଲିସର ସନ୍ଦେହ ହୋଇଥିଲା। ଏ ନେଇ ଜେରା ପରେ ଅଧିକ ସୂଚନା ମିଳିପାରିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe