ଭୋପାଳ: ଗୋ-ହତ୍ୟା ଅଭିଯୋଗରେ ଜଣେ ମୁସଲମାନ ଯୁବକଙ୍କୁ ମଧ୍ୟପ୍ରଦେଶର ସତନା ଜିଲ୍ଲା ଆମାଗରାରେ କିଛି ଲୋକ ପିଟିପିଟି ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ସ୍ଥାନୀୟ ଯୁବକ ରିୟାଜ ଖାନ୍ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ସକିଲ ଏବେ କୋମାରେ ଅଛନ୍ତି। ପୁଲିସ୍ ଏହି ଘଟଣାରେ ୪ ଜଣକୁ ଗିରଫ କରି ସେମାନଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ସ୍ଥାନୀୟ ପଓ୍ଵନ ସିଂହ ଗଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ପୁଲିସ ମୃତ ରିୟାଜ ଓ ଚିକିତ୍ସାଧୀନ ସକିଲ ନାମରେ ଗୋ-ହତ୍ୟା ମାମଲା ମଧ୍ୟ ରୁଜୁ କରିଛି। ମୃତାହତଙ୍କ ପରିବାର ଲୋକେ ଗୋ-ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଗୋ-ହତ୍ୟା ସନ୍ଦେହରେ ପିଟିପିଟି ହତ୍ୟା
Advertisment
Follow Us